Bhubaneswar Buzz

ନିସର୍ତ୍ତ ପ୍ରେମ : A beautiful Odia Short Story by Sudhansu Sekhar

ପ୍ରଥମ ଥର ପାଇଁ ମୁମ୍ବାଇ ଯାଉଛନ୍ତି ଅଂଶୁ | ଶାଶ୍ଵତ ବହୁତ ଅନୁରୋଧ କରି କହିଛନ୍ତି ତାଙ୍କ ଭଉଣୀ ବାହାଘରରେ ଆସିବା ପାଇଁ | ଶାଶ୍ଵତର ବାହାଘରରେ ଭି ଯାଇ ପାରିନଥିଲେ | ଏଆରପୋର୍ଟରୁ ଆଣିବା ପାଇଁ ନିଜେ ଆସିଛନ୍ତି ତାଙ୍କ କୁନି ଝିଅ ଇଶାକୁ ନେଇ | ଇଶା ପାଇଁ ନେଇଥିବା ଚକୋଲେଟକୁ ଦେଲା ପରେ ସେ ଥାଙ୍କ ୟୁ କହି ମୋତେ ପଚାରିଲା କି “ଆପ ଅକେଲେ କ୍ୟୁ ଆୟେ ହୈଂ” | ଶାଶ୍ଵତ ଇଶାକୁ ଚୁପ ରହିବାକୁ ଇଶାରା କରି ମୋତେ କହିଲେ “ଆବେ ତୁ ଶାଦୀ କବ କରେଗା ବେ” | ଅଂଶୁ କିଛି ନ କହି ହସିଦେଲେ ଆଉ କହିଲେ କି “ଅବ ଇସ ଉମର ମେ କୌନ କରେଗା ମୁଝସେ ଶାଦୀ ” | “ରୁକ ତୁଝେ ତେରୀ ଭାବି ହୀ ଠିକ କରେଁଗି ” କହି ଶାଶ୍ଵତ ଗାଡି ଆଗକୁ ନେଲେ | ଶାଶ୍ଵତ ଆଉ ଅଂଶୁ ଇଂଜିନିଏରିଂ ପଢିଲା ଦିନରୁ ଭଲ ସାଙ୍ଗ | ଶାଶ୍ଵତ ITରେ ଥିଲା ବେଳେ ଅଂଶୁ IT ଛାଡି ଏବେ ପିଲାଙ୍କୁ ପାଠ ପଢ଼ାଉଛନ୍ତି|

ବାହାଘରକୁ ଆହୁରି ୨ ଦିନ ଅଛି | ଏ ପାଟିତୁଣ୍ଡ ହୋହାଲ୍ଲାରୁ ଟିକେ ଦୁରକୁ ଯିବା ପାଇଁ ଅଂଶୁ ଇନଫିନିଟି ମଲ ବାହାରିଲେ | କିଛି ସମ୍ବଲପୁରୀ ଶାଢ଼ୀ ନେଇଥିଲେ ଭି ସେ କିଛି ସୁନା ଦେବେ ବୋଲି ଭାବି ତନିସ୍କ ଭିତରେ ପଶିଲେ |ପଶୁ ପଶୁ ସେ ମ୍ୟାଡିକୁ ଦେଖି ରହିଗଲେ | ମ୍ୟାଡି(ମଧୁ) ଯିଏ କେବେ ତାଙ୍କର ପ୍ରେମିକା ଥିଲେ | ଦିହେଁ ଦି ଜଣକୁ ବହୁତ ଭଲ ପାଉଥିଲେ ଭି କିଛି କାରଣ ହେତୁ ଏକାଠି ହେଇ ପାରିନଥିଲେ ଆଉ ଅଂଶୁ ସ୍ଥିର କରିଥିଲେ କି ସେ ମ୍ୟାଡି ସହିତ କେବେ ଭି ଆଉ ସମ୍ପର୍କ ରଖିବାକୁ ଚେଷ୍ଟା କରିବେନି | ସେ ଆଉ ଦୋକାନକୁ ନ ଯାଇ ଫେରିଗଲେ ଆଉ CCDକୁ ଯାଇ କଫି ପିଇବାକୁ ନିଷ୍ପତି କଲେ|

ମ୍ୟାଡିଠୁ ଅଲଗା ହେବାରେ ୧୦ ବର୍ଷ ହେଇଗଲାଣି | ମ୍ୟାଡି ସହିତ ପ୍ରଥମେ ୟାହୁ ଚାଟରୁମରେ କଥା ହେଇଥିଲେ | ଅଂଶୁ ନୂଆ କରି ଚାକିରୀ କରୁଥିଲେ ଆଉ ମ୍ୟାଡି ସେତେବେଳେ BA ଦ୍ଵିତୀୟ ବର୍ଷରେ ଥିଲେ | ହଠାତ ଅଂଶୁ ବୋଲି କିଏ ଡାକିଲେ | ଅଂଶୁ ଜାଣିପାରିଲେ ମ୍ୟାଡିର ସ୍ଵର ହେଲେ ସେ ନ ଶୁଣିଲା ଭଳି କଫି ପିଇବାର ଅଭିନୟ କଲେ | ମ୍ୟାଡି ପାଖକୁ ଆସି କହିଲେ “ଆରେ ତମେ କଣ ଆଉ ଜାଣି ପାରୁନ ମୋତେ” | ଅଂଶୁ ଛିଡା ହେଇ କହିଲେ ” ଏ ହେଲୋ, ଆଉ କେମିତି ଅଛ? ” ମୁଁତ ଭଲ ତମେ ତ ଆଉ ମୋତେ ଚିନୀହିଁ ଭି ପାରୁନ କହି ସଂଜୀବ ସଂଜୀବ ବୋଲି ଚିଲେଇଲେ | ଅଂଶୁ ମନେ ମନେ ଭାବିଲେ ଏବେ ଭି ମ୍ୟାଡି ସେଇଭଳି ପାଗେଳୀ ହେଇ ଅଛି | ସଂଜୀବ ସହିତ ଇଣ୍ଟରାଡ଼ୁକ୍ସନ କଲା ବେଳେ ସଂଜୀବ ମୋତେ ଦେଖି କହିଲେ “ହେଲୋ ସାର, ଆଉ ଆପଣ କେମିତି ଅଛନ୍ତି” | ମ୍ୟାଡି ଆଶ୍ଚର୍ଯ୍ୟ ହେଇ କହିଲେ “ତମେ କଣ ଅଂଶୁଙ୍କୁ ଜାଣିଛ? ” | “ଆରେ ସେ ମୋର ମ୍ୟାନେଜେର ଥିଲେ” ସଂଜୀବ କହିଲେ| ମ୍ୟାଡି ସଂଗେ ସଂଗେ ନିଜ ପୁଅ ଆଦିକୁ ଦେଖେଇ କହିଲେ “ମୋ ପୁଅ | ଆରେ ଆସ କେବେ ଆମ ଘରକୁ” | ସଂଜୀବ ଭି “ସାର ଆସନ୍ତୁ ବୋଲି କହିଦେଲେ” | ଅଂଶୁ କହିଲେ, ଆଉ କେବେ ଦେଖିବା | ମୁଁତ ଆଜି ଫେରି ଯାଉଛି ଭୁବନେଶ୍ୱର | ମ୍ୟାଡି ସଂଗେ ସଂଗେ କହିଲେ “ତମେ କଣ ଆଉ ବାଙ୍ଗାଲୋରରେ ନାହଁ କି” | ସଂଜୀବ କହିଲେ “ଆରେ ଆମ ସାର ଏବେ IT ଛାଡି ପିଲାଙ୍କୁ ପାଠ ପଢ଼ାଉଛନ୍ତି| କେତେ ଭଲ କାମ କରୁଛନ୍ତି| ହଇରାଣ ନ ହେବା ପାଇଁ ତ ବାହା ଭି ହେଇନାହାନ୍ତି” | ମ୍ୟାଡି ଏ କଥା ଶୁଣି ସଂଗେ ସଂଗେ ଚୁପ ହେଇଗଲେ ଓ ସେଠୁ ବାହାରି ଯିବା ପାଇଁ ବିଦାୟ ମାଗିଲେ |

ମ୍ୟାଡି ଗାଡିରେ ବସିବା ଯାଏଁ ସେମିତି ଚୁପ ଥିଲେ | ସଂଜୀବ କହିଲେ “ଆରେ ଆଦି, ଆଜି ତୋ ମମ୍ମିର କଣ ହେଲା କିରେ? ୧୫ମିନଟ ହେଲା କଣ ଚୁପ ବସିଛି ” | ମ୍ୟାଡି ସେ ଯାଏଁ ଭାବୁଥିଲେ କି ତା ହେଲେ କଣ ଅଂଶୁ ଯାହା କହିଥିଲେ ସେଇୟା କଲେ | ମୋତେ ବାହା ହେବେନି ବୋଲି କଣ ଆଉ ଘର ସଂସାର ଭି କଲେଣି | ନିଜକୁ ବହୁତ ଛୋଟ ମନେ କରୁଥିଲେ ମ୍ୟାଡି | ମମ୍ମି ମମ୍ମି ଡାକରେ ଚିଡି ଯାଇ ଆଦିକୁ ଗାଳି କଲେ ଆଉ କହିଲେ ତୋ ମମ୍ମି ଦିନେ କୁଆଡେ ଚାଲିଯିବ ଯେ ଖୋଜୁଥିବୁ | ସମସ୍ତେ ଖାଇସାରି ଶୋଇ ଗଲେଣି ହେଲେ ମ୍ୟାଡିଙ୍କୁ ନିଦ ନାହିଁ | ଫୋନ# ଭି ଆଣି ପାରିଲେନି ଅଂଶୁଙ୍କ ଠୁ | ଅଂଶୁ ସେମିତି ଭି ଆଉ କୋଉ ସୋସିଆଲ ମେଡିଆରେ ନାହାନ୍ତି ଯେ ତାଙ୍କୁ ଖୋଜି କଥା ହେଇ ପାରିବ | ମ୍ୟାଡିଙ୍କୁ ଅଂଶୁଙ୍କ ସହିତ ଶେଷ ଦେଖା ମନେ ପଡୁଥିଲା | ଭୁବନେଶ୍ୱର ଷ୍ଟେସନରେ ଦେଖା କରିବାକୁ ଆସିଥିଲେ | ବାପାମା ମନା କରି ସାରିଥିଲେ ଯେ ଅଂଶୁ ସହିତ ଆଉ ଆଗକୁ ବଢି ଲାଭ ନାହିଁ ବୋଲି | ଅଂଶୁ ଖାଲି ଏତିକି କହିଥିଲେ ଯେ ଆମ ୩ ବର୍ଷର ସମ୍ପର୍କ ଭିତରେ ଯଦି ମୋତେ କିଛି ହେଲାଣି ତା ଆଗକୁ ହେବ ବୋଲି ତୁମ ବାପା କେମିତି ଜାଣିଲେ | ଲୋକ କଣ ବଂଚୁନାହାନ୍ତି ଏମିତି ଥାଇ ନା ମୋ’ର ଚିକିତ୍ସା ଉପରେ ତୁମ ବାପାଙ୍କୁ କିଛି ସନ୍ଦେହ | ଯଦି ତୁମ ବାପା ଚାହୁଁଛନ୍ତି ତା ହେଲେ ମୁଁ ଭି ଆଗକୁ ଆଉ କିଛି ଭି ସମ୍ପର୍କ ରଖିବିନି ତୁମ ସହିତ | ତୁମେ ଖୁସିରେ ମୁଁ ଖୁସି | ସେପଟେ ବାପାଙ୍କ ଡାକ ଶୁଣି ମ୍ୟାଡି ନିଜ ଆଖିରୁ ଲୁହ ପୋଛି ଟ୍ରେନ ଧରିଥିଲେ ଆଉ ରହି ଯାଇଥିଲେ ଅଂଶୁ ଅଲଗା ହୋଇ ସବୁଦିନ ପାଇଁ |

ଭୁବନେଶ୍ୱରକୁ ଫେରିବାର ୨ ଦିନ ହେଇଗଲାଣି | ଅଂଶୁ ଆଜି ହୋଟେଲ ପ୍ରିୟା ଆସିଛନ୍ତି ଯୋଉଠି କେବେ ସେ ଆସୁଥିଲେ ମ୍ୟାଡି ସହିତ ପ୍ରାୟତଃ ସବୁ ଦିନ ସନ୍ଧ୍ୟା ବେଳେ |ଖାଉ ଖାଉ ସେ ମନେ ପକାଉଥିଲେ ପୁରୁଣା ସ୍ମୃତିକୁ | ଜୁଲାଇ ୭, ୨୦୦୪ ଓଡିଶା ଚାଟରୁମରେ ଥିଲା ବେଳେ buzz ଶବ୍ଦରେ କଂପୁଟର ଆଡକୁ ଦେଖିଲା ବେଳକୁ maddy04 ID ରୁ “Hi” | ଅଂଶୁ ଭି “Hi” କହି “A/S/L” ପଚାରିଦେଲେ | ଉତ୍ତର ଆସିଲା “19/f/bbsr” | ଅଂଶୁ “23/m/bbsr” କହି ସଂଗେ ସଂଗେ ପଚାରିଲେ “ଏତେ ରାତିରେ ଚାଟ କରୁଛ ଘରେ କେହି କିଛି କହୁନାହାନ୍ତି” | “ନୋ, ମୋତେ ଘରେ କିଛି ମନା ନାହିଁ, ମୁଁ ଯାହା କୁହେ ସେଇୟା ହୁଏ” | ଏମିତି କିଛି ଦିନ କଥା ହେଲା ପରେ ସ୍ଥିର ହେଲା ଯେ ଦେଖା କରିବେ ରାମ ମନ୍ଦିରରେ |
ମାର୍ବଲ ପାହାଚ ଉପରେ ବସି ଅପେକ୍ଷା କରିଥିଲେ ଅଂଶୁ | ଠିକ ସମୟରେ ଆସି ପହଁଚିଲେ ମ୍ୟାଡି|
ମ୍ୟାଡି ଦେଖୁ ଦେଖୁ କହିଲେ କି “ଆରେ ତମେ ତ କଳା ” | ଅଂଶୁ କିଛି ନ କହି ହସି କହିଲେ “ଆଉ ମୁଁ କଣ ତମ ସଲମାନ ଭଳି ହେବି ନ କଣ !! ” ମ୍ୟାଡି ହସିପଡି କହିଲେ ” ଆରେ ମଜାକ କରୁଛି ମ, dumbo” |
ଏମିତି କିଛି ସମୟ କଥା ହେଲା ପରେ ମ୍ୟାଡି ବାହାରିଲେ ଯିବା ପାଇଁ | ଅଂଶୁ ଫୋନ# ମାଗିଲାରୁ ମ୍ୟାଡି କହିଲେ କଣ ଏତେ ଜଲଦି| ତମର ଦେଇଥାଅ, ଯଦି ମୋ’ର ଇଛା ହେଲା ମୁଁ ରିଂ କରିବି | ୯୪୩୭୦୦୦** ବୋଲି ଅଂଶୁ କହିଲେ| “ଆରେ ତମେ ତ ବଡ ଲୋକ, BSNL ଧରିଛ ଆଉ ସେ ଭି ପ୍ରିମିୟମ” | “ନାଇଁ ସେମିତି କିଛି ନାହିଁ” କହି ଅଂଶୁ ହସିଦେଲେ|
ଆନଯାଇଟି
ଏମିତି ଗୋଟେ ବର୍ଷ ଚାଲିଗଲା| ଏକାମ୍ର ହାଟରେ ଦିନେ ବସିଥିଲା ବେଳେ ମ୍ୟାଡି କହିଲେ “ବାବାମାଙ୍କ ସହିତ ଦେଖା କରିବନି”? ଅଂଶୁ କିଛି ନ କହି ଚୁପ ରହିଲେ| “ଆରେ dumbo, “I love you” ବୋଲି ମ୍ୟାଡି କହିଦେଲେ | ଅଂଶୁ ଭି ଭଲ ପାଉଥିଲେ ଭି କିଛି କହି ପାରୁନଥିଲେ ଆଉ ଏଇଟା ଶୁଣି ସେ ହସିଦେଲେ | ମ୍ୟାଡି ସଂଗେ ସଂଗେ କହିଲେ “ତମେ ଯଦି ଆଉ କାହାକୁ ଭଲ ପାଉଛ ଠିକ ଅଛି” | ଅଂଶୁ କହିଲେ ମୋ ଫୋନ ନେଇ ଦେଖିଦିଅ ଯଦି ଆଉ କାହା ନଂ ଅଛି |
ସ୍ଥିର ହେଲା ରବିବାର ଦିନ ଅଂଶୁ ଯିବେ| ଦେଖା ସାକ୍ଷାତ ହେଲା ପରେ ମ୍ୟାଡିର ମା କହିଲେ ” ଆଉ ପୁଅ ତମ ଘରେ କେହି ଜାଣିଛନ୍ତି ମାମା(ମ୍ୟାଡି) କଥା” | ଅଂଶୁ କହିଲେ “ନା, ମୁଁ କହିଁନି ଆଉ ସେମିତି ଭି ମୁଁ ଅଲଗା ରୁହେ” | ମ୍ୟାଡିର ବାବା ସଂଗେ ସଂଗେ କହିଲେ ଏଇଟା କେମିତି ସମ୍ଭବ ଅଂଶୁ | ତମେ ଘରଠୁ କାହିଁ ଅଲଗା ରହୁଛ | “ନାହିଁ ବାପା, ସେମିତି କିଛି ନାହିଁ ମୁଁ ଘରଠୁ ରହିଲେ ସମସ୍ତଙ୍କ ପାଇଁ ଭଲ” ବୋଲି ଅଂଶୁ କହିଦେଲେ | ସେଦିନର କାର୍ଯକ୍ରମ ସରିଲା ପରେ ରାତିରେ ମ୍ୟାଡିର SMS ଆସିଲା କି “କାଲି ଆମେ ୬ଟା ରେ ଦେଖା ହେବ ନିଶ୍ଚୟ” |
ସେଦିନ ଦେଖା ହଉ ହଉ ମ୍ୟାଡିର ପ୍ରଥମ ପ୍ରଶ୍ନ “ତମେ ମୋତେ ଏତେ ସବୁ କହିନଥିଲ କାହିଁକି” | ଅଂଶୁ ପଚାରିଲେ “ହଉ କଣ ଜାଣିବ କୁହ” | ମୁଁ ଘରଠୁ ଅଲଗା ରୁହେ ଏଥିପାଇଁ କି ମୁଁ ବଂଚି ପାରିବି | ମୁଁ ସାଇକ୍ରିୟାଟ୍ରିସଟ ପାଖକୁ ସବୁବେଳେ ଯାଇ ପାରିବିନି | ମୋତେ ମାଇଗ୍ରେନ ଅଛି ଆଉ ଡିପ୍ରେସନର ଭି ଟ୍ରିଟମେଣ୍ଟ ଚାଲିଛି | ତମେ ଆସିଲା ଦିନଠୁ ମୋତେ କେବେ ଭି ଅଙ୍କ୍ସଇଟି ଆଟାକ ହେଇନି ଆଉ ମୁଁ ମେଡ଼ିସିନ ନେବା ୬ ମାସ ହେଲା ବନ୍ଦ କରିଛି| ମ୍ୟାଡି ଏ ସବୁ ଶୁଣିଲା ପରେ ଚୁପ ହେଇଗଲେ କିଛି ସମୟ | କହିଲେ “ମୁଁ ବାପାଙ୍କୁ କହିବି ସବୁ ଆଉ ମୁଁ ତମକୁ ଏମିତି ରହିବାକୁ ଦେବିନି| ଆମେ ଯେମିତି ହେଲେ ଏକାଠି ହେବା” |

ସାର, ଆଉ କିଛି ନେବେ ଶୁଣି ଅଂଶୁ ଫେରିଲେ ୨୦୧୭କୁ| ଭାବୁଥିଲେ ଯାହା ହଉ ମ୍ୟାଡି ଖୁସିରେ ଅଛି |
ଏପଟେ ମ୍ୟାଡି ନିଜର ସବୁ ସାଙ୍ଗଙ୍କୁ କହି ଖୋଜିବାକୁ ଲାଗିଥିଲେ ଅଂଶୁଙ୍କ ନଂ ଖାଲି ଏଥିପାଇଁ କି ସେ ଆଜି ଯାହା ପାଇଁ ଏତେ ଆଗକୁ ଆସି ନିଜ କ୍ୟାରିୟର, ଘର ସଂସାର କଲେ ସେଇ ଲୋକ ଆଜି ଏମିତି ଅବସ୍ଥାରେ| ଅଂଶୁ ସେ ସମୟରେ କହି ମାସ କମୁନିକସନ କୋର୍ସ କରେଇଥିଲେ ମୋଠୁ ଆଉ ମୁଁ ଆଜି ଗୋଟେ ଭଲ ଆଡ଼ କମ୍ପାନୀର ବଡ ପୋଜିସନରେ | ବାବା ଯେତେ ମନା କଲେ ଭି ସେ ମୋ ପାଇଁ ଅପ୍ପଲିକେସନ ଦେଇ ସବୁ କରିଥିଲେ | ବାବା ଯେବେ ଜାଣିଲେ ଅଂଶୁଙ୍କ ଟ୍ରିଟମେଣ୍ଟ କଥା, ସେ ସେବେଠୁ ଆମ ସମ୍ପର୍କରେ ପୁର୍ଣଛେଦ ପକାଇବାକୁ କହିଦେଇଥିଲେ| ଅଂଶୁ ଯେତେ ବୁଝେଇଥିଲେ ଭି ବାବା ରାଜି ହୋଇନଥିଲେ | ଏବେ କଣ ଅଂଶୁ ଭଲରେ ଅଛନ୍ତି? କାହା ପାଖେ ରହୁଛନ୍ତି, କିଏ ଅଛି ତାଙ୍କ କଥା ବୁଝିବାକୁ ; ଏମିତି ଭାବି ଭାବି ମ୍ୟାଡି ବ୍ୟସ୍ତ ହଉଥିଲେ| ଶେଷକୁ ସେ ସ୍ଥିର କଲେ କିଛି ଦିନ ପାଇଁ ଭୁବନେଶ୍ୱର ଆସି ଅଂଶୁଙ୍କୁ ଖୋଜିବେ ଆଉ ତାଙ୍କଠୁ କ୍ଷମା ମାଗିବେ |

ଏମିତିରେ ୧୫/୨୦ ଦିନ ଚାଲି ଗଲା| ମ୍ୟାଡି ସବୁ ସ୍କୁଲ ଯାଇ ଅଂଶୁଙ୍କ ବିଷୟରେ ପଚାରି ସାରିଲେଣି ହେଲେ କେହି କିଛି ଜାଣି ନାହାନ୍ତି| ସେଦିନ ଥିଲା ଗୁରୁ ପୁର୍ଣିମା | ଗରମ ଭି ଅସହ୍ୟ | ମ୍ୟାଡି ଡ୍ରାଇଭରକୁ କହି ଗାଡି ବାହାର କରିବାକୁ କହିଲା ଆଉ ରାମ ମନ୍ଦିରକୁ ଗଲା | ଟିକେ ଭିଡ ଥିବା ସତ୍ୱେ କିଛି ଜାଗା ମିଳିଗଲା ବସିବା ପାଇଁ | କିଛି ସମୟ ପରେ ଶାଶୁଙ୍କ ଫୋନ ଆସିଲାରୁ ସେ ବାହାରିଲେ ଘର ପାଇଁ| ଏଇ ସମୟରେ ସେ ଦେଖିଲେ ଅଂଶୁଙ୍କୁ | ବିଶ୍ଵାସ କରିପାରିଲେନି ନିଜକୁ | ଅଜାଣତରେ ହାତ ଉପରୁକୁ ଉଠିଗଲା ଆଉ ସେ ସଂଗେ ସଂଗେ ଅଂଶୁଙ୍କୁ ଦେଖା କରିବା ପାଇଁ ସିଡ଼ିରେ ଦୌଡିବାକୁ ଲାଗିଲେ| ଦୌଡ଼ି ଦୌଡ଼ି ସେ ଅଂଶୁଙ୍କ ହାତ ଧରିନେଲେ | ଅଂଶୁ ଡରିଯାଇ ଦେଖିଲାରୁ ମ୍ୟାଡି|

“କୁଆଡେ ଯାଇଥିଲ, କେବେଠୁ ଖୋଜୁଛି ତମକୁ| ଏବେ ଭି ସେମିତି| ମୋତେ ଥରେ ଭି ଖୋଜୁନ?? ” ମ୍ୟାଡି ଏକା ନିଶ୍ୱାସରେ ସବୁ କହିଦେଲେ |
ଅଂଶୁ ହସି ଦେଇ କହିଲେ “ତମେ କଣ ଆଉ ମୋ ପାଖରେ ନା ଆଉ ମୋ’ର ହେଇ ଅଛ” |
“ତମେ ଏବେ ଭି dumbo ଅଛ |dumbo… dumbo.. dumbo…” ବୋଲି ମ୍ୟାଡି ଚିଲେଇଲେ | “କୋଉଠି ରହୁଛ ମୁଁ ଏବେ ଯିବି ତମ ପାଖକୁ | ଦେଖିବି କେମିତି ଆଉ କାହା ପାଖେ ରହୁଛ” | ”
ମୁଁ ଯେମିତି ଥିଲି ସେମିତି ଅଛି| ମଝିରେ ଟିକେ ଦେହ ଖରାପ ହେଲାରୁ ଚାକିରୀ ଛାଡି ଏଠି ଅଛି” ବୋଲି ଅଂଶୁ କହିଲେ | “ମୋ ପାଇଁ ସବୁକିଛି ଏମିତି ହେଲା ନା | ତମେ ଏବେ ମୋ ସହିତ ଯିବ ମୁମ୍ବାଇ ଆଉ ମୋ ପାଖରେ ରହିବ| ମୁଁ ତମ କଥା ବୁଝିବି | ” ଅଂଶୁ ହସିଦେଲେ | ”
ହସନି ପ୍ଲିଜ଼.. ମୁଁ ଯାହା କରିଛି ସେସବୁ ପାଇଁ କ୍ଷମା ମାଗିବିନି କିନ୍ତୁ ଯେତେଦିନ ବଞ୍ଚିବି ତମ ସେବା କରିବି|
ସେବା!!! ମୋତେ କଣ ବୁଢା କରିଦେଲ ନା କଣ! ଏବେ ହାଁ କରଦେଲେ ଝିଅଙ୍କ ଲାଇନ ଲାଗିଯିବ ଆଉ|
ଦେଖ ତମେ ମୋ ପାଇଁ ବହୁତ କରିଛ.. ଆଜି ଯଦି ମୁଁ ଠିକ ସେ ଅଛି କେବଳ ତମ ପାଇଁ.. ସେଇ 3 ବର୍ଷ ମୋତେ 30 ବର୍ଷ ର ଖୋରାକ ଦେଇଛି. ତମ ସ୍ମୃତି ନେଇ ବଞ୍ଚିଯିବି|
ମ୍ୟାଡି କାନ୍ଦି କାନ୍ଦି କହିଲେ ମୋ’ର ଗୋଟେ କଥା ରଖିବ.. ମୁଁ ଆଜି ତମ ପାଦ ଛୁଇଁ ମୁଣ୍ଡିଆ ମାରିବି..
ଆରେ ନା ନା.. ଏସବୁ ଏମିତି କରନି ପବଲିକ ପ୍ଲେସରେ.. ଏତିକି କହିବା ଭିତରେ ମ୍ୟାଡି ପାଦ ଛୁଇଁ ସାରିଥିଲେ…
ଅଂଶୁଙ୍କ ଆଖିରୁ ୨ ଟୋପା ଲୁହ ବାହାରି ଆସିଥିଲା..ନିଜକୁ ସମ୍ଭାଳି ନେଇ କହିଲେ “ମ୍ୟାଡି ଆମେ ଆଉ ଦେଖା ହେବାନି କି କୌଣସି ସମ୍ପର୍କ ରଖିବାନି.. ତୁମ ଫାମିଲି ଅଛି ଆଉ ମୁଁ ଚାହିଁବିନି ମୋ ପାଇଁ କିଛି ସେମିତି ହଉ..
ମ୍ୟାଡି ରାଜି ନ ହଉଥିଲେ ଭି ଅଂଶୁ ତାଙ୍କୁ ନେଇ ଗାଡି ପାଖେ ଛାଡିଦେଲେ..ମ୍ୟାଡି କାନ୍ଦି କାନ୍ଦି ଗାଡିରେ ବସି ଚାଲିଗଲେ..

ମ୍ୟାଡିର ଯିବା ବାଟକୁ ଅନେଇ ଅଂଶୁ ଭାବୁଥିଲେ ଯୋଉଠୁ କାହାଣୀ ଆରମ୍ଭ ହେଇଥିଲା ସେଠି କଣ ଆଜି ଶେଷ ହେଲା !!!

Author : Sudhansu Sekhar (https://twitter.com/shhekhar)

Comments

comments