Bhubaneswar Buzz

#OdiaPost ଇଟାଲୀୟ ମହିଳାଙ୍କ ଏହି ଉଦ୍ଭାବନ ଜଳକଷ୍ଟ ଭୋଗୁଥିବା ଅଧିବାସୀଙ୍କ ପାଇଁ ଆଶୀର୍ବାଦ ସଦୃଶ

 

This woman designed an amazing machine to convert salt water to normal water!

Odiapost saltwater conversion bbsrbuzz2 Odiapost saltwater conversion bbsrbuzz1

“ଏଲିଓଡୋମେଷ୍ଟିକୋ ଯନ୍ତ୍ର ବିନା ବିଦ୍ୟୁତ କିମ୍ବା ସୌର-ବିଦ୍ୟୁତଶକ୍ତିରେ ଲୁଣି/ଗୋଳିଆପାଣିକୁ ପିଇବା ପାଣିରେ ପରିବର୍ତ୍ତନ କରେ”

ଆଜିର ବାସ୍ତବତା ହେଉଛି ଆମେ ଯେବେ ଘରେ ଅଫିସରେ ଆରାମରେ ଥାଉ, ସେତେବେଳେ ଭିନ୍ନ ଭିନ୍ନ ଦେଶରେ ବାସ କରୁଥିବା ଅଧିବାସୀମାନେ ଜଳାଭାବ ସମସ୍ୟା ଭୋଗ କରି ପାନୀୟଜଳ ମୁନ୍ଦାଏ ପାଇବା ପାଇଁ ଘଣ୍ଟା ଘଣ୍ଟା ସମୟ ଖର୍ଚ୍ଚ କରୁଥାନ୍ତି  । ବେଶୀ ଦୂର ନୁହେଁ ଆପଣଙ୍କ ଘରର ୧୦୦ ମାଇଲ ଦୂରତା ମଧ୍ୟରେ ଘଟୁଥିବା ଏପରି ସମସ୍ୟାର ଖବର ଅନେକ ସମୟରେ ଆପଣ ଶୁଣିବାକୁ ପାଆନ୍ତି ।

ଜଳାଭାବ ସମସ୍ୟାରୁ ମୁକ୍ତି ପାଇବା ପାଇଁ ଏବଂ ହାତ ପାଆନ୍ତାରେ ପାଣିର ବନ୍ଦୋବସ୍ତ ପାଇଁ ଆଫ୍ରିକା ଭଳି ଏକ ଗରିବ ଦେଶରେ ଗାବରିଲ ଦିମାନ୍ତି ଏକ ନୂଆ ମେସିନ ଉଦ୍ଭାବନ କରିଛନ୍ତି ଯାହା ସୌର କିରଣକୁ ବ୍ୟବହାର କରି ଲବଣାକ୍ତ ଜଳକୁ ପେୟ ଜଳରେ ପରିଣତ କରିବ । ଏହି ମେସିନ ଯେକୌଣସି ପାଣିକୁ ବଦଳାଇବାର କ୍ଷମତା ରଖିଛି । ଏହା ଅପରିଷ୍କାର ଭୁତଳ ଜଳକୁ ମଧ୍ୟ ପରିଷ୍କାର ଶୁଦ୍ଧ ଜଳରେ ପରିଣତ କରିବ । ଏହି ମେସିନର ନାମ ନାମ ହେଉଛି ଏଲିଓଡୋମେଷ୍ଟିକୋ । ଏପର୍ଯ୍ୟନ୍ତ ହୋଇଥିବା ଉଦ୍ଭାବନଗୁଡ଼ିକ ମଧ୍ୟରୁ ଏହା ସ୍ବତନ୍ତ୍ର ଓ ଅଦ୍ଭୁତ ।

 

ଏହି ଏଲିଓଡୋମେଷ୍ଟିକୋ ଏକ ବୁଝିବା ଓ ବ୍ୟବହାର ପାଇଁ ଅତି ସରଳ ଯନ୍ତ୍ରଟିଏ ଏହା ଜମାରୁ ବିଦ୍ୟୁତ କିମ୍ବା ସୌର-ବିଦ୍ୟୁତ ଦରକାର କରେନାହିଁ ଏହାକୁ ବହନ କରି ଅନ୍ୟ ସ୍ଥାନକୁ ନେବା ଆଣିବା ଅତି ସହଜ ମଧ୍ୟ । ଏହାକୁ ଯେକୌଣସି ସ୍ଥାନରେ ରଖାଯାଇ ପାରିବ । ଏହା ବେଶୀ ସ୍ଥାନ ମଧ୍ୟ ଦରକାର କରେନାହିଁ । ଆପଣ ଏହାକୁ ଖୋଲା ଜାଗା, ଟେରାସ କିମ୍ବା ବାରଣ୍ଡା ଇତ୍ୟାଦିରେ ରଖିପାରିବେ ।

ଏହାର ଗଠନ ତିନି ଭାଗରେ ବିଭକ୍ତ ଉପର- ଯେଉଁଠି ଲୁଣି ପାଣି ଢାଳି ରଖାଯାଏ, ମଝି – ଯେଉଁଠି ପାଣି ବଦଳିଥାଏ ଓ ତଳ- ଯେଉଁଠି ଶୋଧନ ପାଣି ସଂଗ୍ରହ ହୋଇ ରୁହେ । ଏହାର ପ୍ରକ୍ରିୟାକରଣ ବର୍ଷା ହେବା ପ୍ରକ୍ରିୟା ପରି ଅତି ସରଳ. । ବର୍ଷ ଯାକ  କୂଅ , ପୋଖରୀ , ନଦୀ, ସାଗରରୁ ଜଳ ବାଷ୍ପିଭୂତ ହୋଇ ମେଘ ଆକାରରେ ସଂଗଠିତ ହୁଏ ଏବଂ ଏହି ବାଦଲରୁ ହିଁ ମଧୁର ଜଳ ବର୍ଷା ହୁଏ ।

ସେହି ଏକାଭଳି ଏହି ଏଲିଓଡୋମେଷ୍ଟିକ ର କଳା ରଙ୍ଗର ଭାଗରେ ଆପଣ ଲୁଣି ପାଣି/ ମାଟିଆ ପାଣି ଭରିଦିଆଯାଏ ଏବଂ ତାକୁ ଖରାରେ ସେମିତି ଛାଡ଼ିଦିଆଯାଏ । ସୌର ଶକ୍ତି ସାହାଯ୍ୟରେ ଏହି ଜଳ ବାଷ୍ପିଭୂତ ହୁଏ । ଏକ ଚାପ ନଳି (pressure tube) ସାହାଯ୍ୟରେ ଏହି ବାଷ୍ପ ଅନ୍ୟ ଥଳୀକୁ ଯାଏ ଯେଉଁଠି ଏହା ଥଣ୍ଡା ହୋଇ ସାଧାରଣ ପାନୀୟ ଜଳରେ ପରିଣତ ହୁଏ । ତଳ ଭାଗରେ ଲାଗିଥିବା ବେସିନରେ ଏହି ଜଳ ସଂଗୃହିତ ହୁଏ । ସଂଗୃହିତ ଜଳକୁ ଆପଣ ଯେକୌଣସି କାମରେ ଉପଯୋଗ କରିପାରିବେ ।

ଏହି ଯନ୍ତ୍ରର ମୂଲ୍ୟ ଏତେ ଅଧିକ ନୁହେଁ ମାତ୍ର $50 (ଭାରତୀୟ ମୁଦ୍ରାରେ ପାଖାପାଖି ୩୩୦୦ ଟଙ୍କା) । ଏହି ଯନ୍ତ୍ର ଦୈନିକ ୫ ଲିଟର ଜଳ ଉତ୍ପାଦନ କରିପାରିବ । ଏହା ସେମାନଙ୍କ ପାଇଁ ଆଶୀର୍ବାଦ ଟିଏ ଯେଉଁମାନେ ଅଧ ଲିଟର ପାଣି ପାଇଁ ମାଇଲଟିଏ ବାଟ ଚାଲନ୍ତି ।

 

Odiapost saltwater conversion bbsrbuzz4 Odiapost saltwater conversion bbsrbuzz3

ଅନେକ ବିକାଶଉନ୍ମୋଖୀ ଦେଶ ମାନଙ୍କରେ ଏହି ଯନ୍ତ୍ର ଭିନ୍ନ ଭିନ୍ନ  ଆକୃତିରେ ତିଆରି ହୋଇଛି ଯେପରି ଜଣେ ନିଜ ମୁଣ୍ଡରେ ଟେକି ନେଇ ଯାଇପାରିବ । ଏହା ଯେକୌଣସି ଗ୍ରାମ କିମ୍ବା ସର୍ବସାଧାରଣ ସ୍ଥାନରେ ସ୍ଥାପନ କରି ଲୋକଙ୍କ ସେବାରେ ଲଗାଯାଇ ପାରିବ । ଅନ୍ୟ ଦେଶମାନଙ୍କରେ ଏହାର ବ୍ୟବହାରିକ ସଫଳତା ଦେଖି ଲାଗୁଛି ଏହା ଭାରତରେ ଖୁବ ଶୀଘ୍ର ଉପଲବ୍ଧ ହୋଇ ଜନସେବାରେ ଲାଗିବ  ।

 

———————————————————————————————————————–

nistha ranjan dashBy
Nistha Ranjan Dash
@DashNistha on twitter
Find more like this. Search using : #OdiaPost

Comments

comments