Bhubaneswar Buzz

#OdiaPostAt11 ଓଡ଼ିଶାର ଆଇନଷ୍ଟାଇନ ଭାବେ ଜଣା ମିହିର ପଣ୍ଡା – ଠିକ ଅମିର ଖାଁଙ୍କ ଥ୍ରୀ ଇଡ଼ି଼ଅଟ ଚଳଚ୍ଚିତ୍ର ପରି ତାଙ୍କ ଜୀବନ କାହାଣୀ

Mihir-Kumar-Panda

From a small cake-cutter to mechanical scissors, from a play pump to rickshaw-operated food grain spreader and from a village refrigerator to a multipurpose machine, thousands of such inventions are proof of Mihir Kumar Panda’s brilliance and his efforts to achieve important breakthroughs in science and technology.

କେକ କାଟିବା ଛୁରୀ ଠୁ ମେକାନିକାଲ ସିଜର୍ସ ପର୍ଯ୍ୟନ୍ତ, ଖେଳଣା ପମ୍ପରୁ ରିକ୍ସା ଚାଳିତ ଫୁଡ ଗ୍ରେନ ସ୍ପ୍ରେଡର ପର୍ଯ୍ୟନ୍ତ , ଏକ ରେଫ୍ରିଜେରେଟର ଠୁ ବହୁମୁଖୀ ଯନ୍ତ୍ରପାତି ପର୍ଯ୍ୟନ୍ତ, ବିଜ୍ଞାନ ଓ ବୈଷୟିକ ବିଷୟ କ୍ଷେତ୍ରରେ ଏମିତି ହଜାରରୁ ଉର୍ଦ୍ଧ୍ଵ ଉଦ୍ଭାବନ ତାଙ୍କ ପ୍ରତିଭାର ପରିଚୟ ଦିଏ  ।

୪୮ ବର୍ଷିୟ ମିହିର ହେଉଛନ୍ତି ଓଡ଼ିଶାର ଉପକୂଳ ବାଲେଶ୍ଵର ଜିଲ୍ଲାର ବହାନଗା ନିକଟ ଇଛାପୁରର ବାସିନ୍ଦା । ମିହିରଙ୍କ କିଶୋର ଅବସ୍ଥାରୁ ତାଙ୍କ ପ୍ରତିଭା ପ୍ରସ୍ଫୁଟିତ ହୋଇଥିଲା । ଯେଉଁ ବୟସରେ ସେ ଖେଳି ବୁଲି ଜୀବନକୁ ଉପଭୋଗ କରିବା କଥା ସେ ବୟସରେ ବୈଦ୍ୟୁତିକ ଯନ୍ତ୍ର ଯଥା ଇଞ୍ଜନ, ମୋଟର ଆଦି ଫିଟାଇ ପୁଣି ଯୋଡ଼ିବାରେ ସେ ସିଦ୍ଧହସ୍ତ ହୋଇ ସାରିଥିଲେ ।

ତାଙ୍କ ଉଦ୍ଭାବନା ଦୁଇ ଭାଗରେ ବଣ୍ଟା ଯଥା ସାଧାରଣ ଲୋକଟିଏ ପାଇଁ ବିଜ୍ଞାନ ଓ ଛାତ୍ରଛାତ୍ରୀଙ୍କ ପାଇଁ ବିଜ୍ଞାନ ଯାହା ଦୈନନ୍ଦିନ ଜବନରେ ସଭିଙ୍କ କାମରେ ଆସିବ ।

ମିହିର ପଣ୍ଡା ଓଡ଼ିଶାର ଆଇନଷ୍ଟାଇନ ଭାବେ ଜଣା । ଏବେ ଯାଏଁ ୮,୫୩୭ଟି ବିଜ୍ଞାନ ମଡେଲ / ପ୍ରତିକୃତି ତିଆରି କରିଛନ୍ତି । ତାଙ୍କ ନିଜର ଉଦ୍ଭାବନ ଏଥିରୁ ୨୦୦୦ରୁ ଅଧିକ ହେବ । ଏଗୁଡିକୁ ସେ ବିନା ସରକାରୀ ବା ବେସରକାରୀ ଅନୁଷ୍ଠାନ ସହାୟତାରେ ନିର୍ମାଣ କରିଛନ୍ତି ।

୧୯୮୬ ମସିହାରେ ସେ ବିଜ୍ଞାନ ସହ ଜଡ଼ିତ ହେଲେ ଯେତେବେଳେ ସେ ସ୍ଥାନୀୟ ପିଲାଙ୍କ ପାଇଁ ଏକ ଚାଟଶାଳୀ ଆରମ୍ଭ କଲେ । ସେତେବେଳକୁ ସେ ବିଜ୍ଞାନ ମଡେଲ କଣ ଜାଣିନଥିଲେ । ସେ ମନେପକାନ୍ତି ଯେ କେମିତି ଏକ ଡୋର ବେଲ କାମ କରୁଛି ଜାଣିବା ପାଇଁ ଥରେ ନିଜ ଘରର ଡୋରବେଲ ଫିଟାଇଥିଲେ । ଏହା କିଛି ଦିନ ପରେ ଆଉ କାମ କରିନଥିଲା । ଏଥିପାଇଁ ବାପାଙ୍କଠାରୁ ଗାଳି ଶୁଣିଥିଲେ । ଏଥିରେ ସେ ହାର ମାନିନଥିଲେ ନୂଆ ଏକ ଡୋରବେଲ ତିଆରି କରି ସେଇଠି ଲଗାଇଥିଲେ । ଏଥିରେ କିନ୍ତୁ ସେ ସଫଳ ହୋଇଥିଲେ ଏଇଠୁ ତାଙ୍କ ଜୟଯାତ୍ରା ଆରମ୍ଭ ହୋଇଥିଲା ।

ଶ୍ରୀ ପଣ୍ଡା ସିଭିଲ ଇଂଜିନିଅରିଂରେ ବିଟେକ (civil engineering BTech)  ଡିଗ୍ରୀଧାରୀ ଅଟନ୍ତି । ଏବେ ରାଜ୍ୟ ପଞ୍ଚାୟତିରାଜ ବିଭାଗରେ ଜଣେ କର୍ମଚାରୀ ଭାବେ କାମ କରୁଛନ୍ତି ।

ସେ ବିଶ୍ବାସ କରନ୍ତି ଯେ ଜୀବନ ଧର୍ଯ୍ୟର ଏକ ଲମ୍ବା ରାସ୍ତା । ଜୀବନ ଏକ ସମାଧାନ ହୋଇନଥିବା ଗୋଲକଧନ୍ଦା । ହାରିବା ଥାଏ ଆଉ ଜିତିବା ବି । ହାରିବାର ଦୁଃଖ ବଦଳରେ କିଛି ଭଲ ଖୋଜି ପାଇବାହିଁ ସୁଖ । ନୂଆ ଜିନିଷ ପାଇବା ଜୀବନର ଏକ ଚିରାଚରିତ ପ୍ରକ୍ରିୟା ଯାହା ତାଙ୍କ ସ୍ବପ୍ନକୁ ଗବେଷଣାର ରୂପ ଦେଇଛି ।

ତାଙ୍କ ନିଜ ଘର ଅନେକ ଆକାରର ସାଇନ୍ସ ମଡେଲରେ ପରିପୁର୍ଣ୍ଣ ହୋଇ ଏକ ସଂଗ୍ରହାଳୟର ରୂପ ନେଇଛି । ସେ Social Development Research Organisation for Science, Technology and Implementation (SROSTI)  ସ୍ବତନ୍ତ୍ର ଏକ ଅନୁଷ୍ଠାନର ସ୍ଥାପନ କରିଛନ୍ତି । ଏହା ଛୋଟିଆ ଛୋଟିଆ ଗବେଷଣା ଏବଂ ତାହାର ପ୍ରୟୋଗ ପାଇଁ ସମର୍ପିତ । ତାଙ୍କ ଉଦ୍ଭାବନ ବାବଦରେ ଅଧିକ ଜାଣିବା ପାଇଁ ଏଠିକୁ ଶହ ଶହ ଛାତ୍ରଛାତ୍ରୀ, ଶିକ୍ଷକ , ବିଜ୍ଞାନ ଗବେଷକ ପରିଦର୍ଶନରେ ଆସନ୍ତି ।

ଶ୍ରୀ ପଣ୍ଡା କୁହନ୍ତି “ଏହା ଦୁଃଖଦାୟକ ଯେ ଛାତ୍ରଛାତ୍ରୀଙ୍କୁ କେବଳ କ୍ଲାସରୁମରେ ବାନ୍ଧିଦେଇ ସେମାନଙ୍କ ଜାଣିବା ଆଗ୍ରହକୁ ଦବାଇ ଦିଆଯାଉଛି । ବାସ୍ତବ ଶିକ୍ଷା ଜାଣିବାର ଆଗ୍ରହକୁ ବୃଦ୍ଧିକରେ ଶିକ୍ଷା ହେଉଛି ଆଜୀବନ ପ୍ରକ୍ରିୟା ଏବଂ ଏହାର ସ୍କୋପ ପାଠ୍ୟକ୍ରମ ଠୁ ବି ବହୁତ ଉର୍ଦ୍ଧ୍ବରେ । ସ୍ଵଚକ୍ଷୁରେ ଏହି ମଡେଲ ଗୁଡ଼ିକୁ ଦେଖିବା, ଏହାକୁ ବୁଝିବାରେ ସହଜ ହୋଇଥାଏ ଯାହା ପାଠ୍ୟକ୍ରମରେ ବର୍ଣ୍ଣିତ ବିଷୟ ବୁଝିବା ଏତେ ସହଜ ନଥାଏ ।”

“ଏଠାରେ ଥିବା ଅଧିକ ମଡେଲ ଅଦରକାରୀ ବସ୍ତୁରେ ତିଆରି । ଏସବୁ ତିଆରି ପାଇଁ ମୁଁ ମୋ ରୋଜଗାର ଅର୍ଥ ବିନିଯୋଗ କରିଛି । ଏଥିପାଇଁ ମୋ ସ୍ତ୍ରୀର ଗହଣା ମଧ୍ୟ ବିକିବାକୁ ପଛାଇନାହିଁ । ମୋତେ କେହି ଅର୍ଥ ସହଯୋଗ କରିନାହାନ୍ତି । ମାତ୍ର ୭୫ ପଇସାରୁ ମୋ ଉଦ୍ୟମ ଆରମ୍ଭ କରିଛି ।”

“”ଅର୍ଥ ହିଁ ଅନେକ ବାଧା ଦେଇଛି । ମୋର ଶହେରୁ ଅଧିକ ଛୋଟ ଛୋଟ ଉଦ୍ଭାବନ ବିଷୟରେ ଭରା ଏକ ଓଡ଼ିଆ ବହି ଏଯାଏଁ ପ୍ରକାଶିତ ନହୋଇ ପଡ଼ିରହିଛି । ଅଭାବ ଅସୁବିଧା ସତ୍ବେ ମୋ ଉଦ୍ୟମରୁ କେଭେ ବିରତ ରହିନି ।”

ବିଜ୍ଞାନ ପ୍ରଯୋଗଶାଳା ବ୍ୟତିତ ସେ ଦେଖାରଖା କରୁଥିବା ଏକ ବଗିଚା ମଧ୍ୟ ପର୍ଯ୍ୟଟକଙ୍କୁ ଆକୃଷ୍ଟ କରେ ।

ହଁ ଏହା ସତ ଯେ ତାଙ୍କ ପ୍ରୟୋଗଶାଳ ପରିଦର୍ଶନ ନକରିବା ପର୍ଯ୍ୟନ୍ତ ତାଙ୍କ ସ୍ବତନ୍ତ୍ର ବୈଜ୍ଞାନିକ କାର୍ଯ୍ୟକଳାପ ଓ ଉପଲବ୍ଧି ଆକଳନ କରିବା କଷ୍ଟ । ତେବେ ଆପଣ କେବେ ତାଙ୍କ ପ୍ରୟୋଗଶାଳା ବୁଲିବାକୁ ଆସୁଛନ୍ତି ?

Author NISTHA RANJAN DASH
A writer by day and a reader by night. My love for Odia language and culture is immense. I love to read a lot and share with others. The topics that I love exploring are tradition, science, technology and photography focussing on future. I am also freelance Odia reporter and blogger. My articles can be read anywhere anytime in Facebook, Twitter and Google through this hashtag #OdiaPostAt11. You can reach me at [email protected]
I will be happy to interact with u through odisha’s leading media website bhubaneswar buzz. thank you. Happy reading…

Comments

comments