Bhubaneswar Buzz

#OdiaPostAt11 ‘ଟଙ୍କିକିଆ ଗ୍ୟାଙ୍ଗ’ – ଟ୍ରେନରୁ ଚୋରି କରିବାପାଇଁ ଏହି ଗୋଷ୍ଠୀ ବ୍ୟବହାର କରନ୍ତି ମାତ୍ର ୧ ଟଙ୍କିଆ ମୁଦ୍ରା

one rupee gang train bbsrbuzz

This gang is nicknamed the ’1 ruppaiya gang’ as they use 1 rupee coins to rob trains!

ତିନିଜଣିଆ ସଦସ୍ୟ ଥିବା ଏହି ଗ୍ୟାଙ୍ଗ ଉତ୍ତର ଭାରତରେ ସଂଖ୍ୟାଧିକ ଟ୍ରେନ ଲୁଟିଛନ୍ତି । ଏହା ତାଙ୍କ ସବୁଦିନିଆ କାମ ।

 

ଯଦି ଆପଣଙ୍କୁ ପଚରାଯାଏ ଯେ ଆପଣ ୧ ଟଙ୍କା ନେଇ କଣ କରିପାରିବେ ତେବେ ଆପଣ କଣ ଉତ୍ତର ଦେବେ? ମାତ୍ର ୧ ଟଙ୍କାରେ ଆଜିକାଲି ଦୁନିଆରେ କଣ ବା ହୋଇପାରିବ ? ହଁ, ସମ୍ପୁର୍ଣ୍ଣ ଟ୍ରେନ ଚୋରୀ ଏହାର ଏକ ଉତ୍ତର ହୋଇପାରିବ ।

ଲକ୍ଷ୍ନୌର ଚୋରି ବିଦ୍ୟାରେ ସିଦ୍ଧ ହସ୍ତ ଥିବା ଏହି ଗୋଷ୍ଠୀ ମାତ୍ର ୧ ଟଙ୍କାରେ ପୁରା ଟ୍ରେନ ଚୋରି କରିଛନ୍ତି । ସେମାନେ ଚୋରୀ କରିବା ପୂର୍ବରୁ ଟ୍ରେନ ଅଟକେଇବା ଏବଂ ଟ୍ରେନର ନିର୍ଦ୍ଧାରିତ ସମୟ ଗଡାଇବାରେରେ ଏହି ଏକ ଟଙ୍କା କଏନକୁ  ଅସ୍ତ୍ର ଭାବେ ବ୍ୟବହାର କରନ୍ତି । ଏହି ଗୋଷ୍ଠୀରେ ମାତ୍ର ତିନିଜଣ ସଦସ୍ୟ ଅଛନ୍ତି । ଏହି ଗ୍ୟାଙ୍ଗ ଉତ୍ତର ଭାରତରେ ସଂଖ୍ୟାଧିକ ଟ୍ରେନ ଲୁଟିଛନ୍ତି । ଏହା ତାଙ୍କ ସବୁଦିନିଆ କାମ । ସେମାନେ ଉତ୍ତର ପ୍ରଦେଶ ଓ ବିହାର ଦେଇ ଯାଉଥିବା ଟ୍ରେନକୁ ଟାର୍ଗେଟ କରି ଯାତ୍ରୀଙ୍କ ଠାରୁଟଙ୍କା ଓ ଅନ୍ୟାନ୍ୟ ମୂଲ୍ୟବାନ ଜିନିଷ ଛଡ଼େଇ ନେଇଥାନ୍ତି ।

ଏହି ତିନିଜଣ କୌଣସି ଏକ ସିଗନାଲ ପୋଷ୍ଟ ପାଖରେ ଅଣନିର୍ଦ୍ଧାରିତ ରହଣୀ ପାଇଁ ଟ୍ରେନକୁ ଅଟକାନ୍ତି ସିଗନାଲକୁ ନାଲି କରିଦେବାରେ କଏନକୁ ବ୍ୟବହାର କରନ୍ତି । ସାଧାରଣତଃ ଏହି ଉପାୟ ଘରୋଇ ସିଗନାଲରେ ବ୍ୟବହାର କରନ୍ତି (ୟାର୍ଡ଼ ପରେ ପରେ ପ୍ରଥମ ସିଗନାଲ ଏବଂ ଷ୍ଟେସନ ଛାଡିବାର ୧ କିମି ପରେ ) । ତନ୍ମଧ୍ୟରୁ ଜଣେ ସଦସ୍ୟ ଟ୍ରେନରେ ଚଢିଥାନ୍ତି ଏବଂ ଟ୍ରେନ କବାଟ ଖୋଲିବା ପାଇଁ ଭିତରେ ଥାନ୍ତି । ଟ୍ରେନରଖିବାକୁ ଅନ୍ୟ ଦୁଇ ସଦସ୍ୟ ସିଗନାଲ ବଦଳେଇ ନାଲି କାରିବାରେ ଲାଗିଥାନ୍ତି । ସେମାନଙ୍କ ଚୋରି କରିବାର ଢ଼ଙ୍ଗ ଅତି ସରଳ ଏବଂ ସ୍ବଦେଶୀ । କେମିତି କରନ୍ତି ଜାଣିବାକୁ ଚାହୁଁଛନ୍ତି ? ରେଳପଥ କର୍ତ୍ତୃପକ୍ଷ ଓ ପୁଲିସ ମଧ୍ୟ ଏତେ ସହଜରେ ଜାଣି ପାରିନଥିଲେ । ଯେବେ ଏହା ବାବଦରେ ବିଶଦ ଭାବେ ଜାଣିଲେ ସମସ୍ତେ ଚକିତ ହୋଇଥିଲେ ।

ଭାରତୀୟ ରେଳ ସମାନ୍ତର ଧାତବ ପଥରେ ଦୌଡ଼େ । ପ୍ରତ୍ୟେକ ଟ୍ରାକର ଦୈର୍ଘ୍ୟ ୧୩ ମିଟର । ଲମ୍ବା ଟ୍ରାକ ପାଇଁ ଧାତବ ସ୍କୃ (କିଳା/ କଣ୍ଟା) ମାଧ୍ୟମରେ ଟ୍ରାକଗୁଡ଼ିକ ଯୋଡେଇ ହୋଇଛି । ପ୍ରତ୍ୟେକ ଟ୍ରାକକୁ ଟ୍ରାକ ଯୋଡେଇ ହୋଇଥିବା ସ୍ଥାନରେ ଫାଙ୍କ ଥାଏ । ସିଗନାଲ ସବୁଜ କିମ୍ବା ନାଲି ହେବ ରେଳପଥର ଟ୍ରାକକୁ ଲାଗି ଥିବା ସର୍କିଟ ନିୟନ୍ତ୍ରଣ କରେ । ଟ୍ରାକ ମଧ୍ୟରେ ଫାଙ୍କ ଅର୍ଥାତ ଟ୍ରାକ ଉନ୍ମୁକ୍ତ ଅଛି ତେବେ ସିଗନାଲ ସବୁଜ ଥାଏ । ଫାଙ୍କ ପୁର୍ଣ୍ଣ ହୋଇଗଲେ ଲାଗିଥିବା ସର୍କିଟ ଯୋଡ଼ିହୋଇଯାଏ ଏବଂ ସ୍ବୟଂଚାଳିତ ଭାବେ ଅନ୍ୟ ସିଗନାଲ ସହ ଯୋଡ଼ି ହୋଇଯାଏ ଫଳରେ ସିଗନାଲ ନାଲି ହୋଇଯାଏ । ସେହି ଟ୍ରାକରେ ଅନ୍ୟ ଏକ ଟ୍ରେନ ଆସୁଛି ବୋଲି ସୂଚାଏ ଏବଂ ସେହି ଟ୍ରାକରେ ଅନ୍ୟ ଟ୍ରେନକୁ ଯିବାରେ ଅଟକାଏ । ଟ୍ରେନ ଚାଲୁଥିବା ସମୟରେ ଏହାର ଚକ ଗୁଡ଼ିକ ଟ୍ରାକକୁ ସ୍ପର୍ଶ କରି ସିଗନାଲକୁ ସ୍ବୟଂଚାଳିତ ଭାବେ ନାଲି କରିବାରେ ସହଯୋଗ କରେ । ଖରାଦିନେ ଟ୍ରାକର ଦର୍ଘ୍ୟତା ସମ୍ପ୍ରସାରଣ ବେଳେ ସର୍କିଟକୁ ଅଫ କରିବା ପାଇଁ ସେଇଠି ଏକ କୁପରିବାହୀ ପଦାର୍ଥ ପୁରଣ କରାଯାଇଥାଏ ।

ଏବେ ସେହି ଗୋଷ୍ଠୀ ସେହି ଫାଙ୍କରୁ ଇନ୍ସୁଲେଟିଂ ପଦାର୍ଥ କାଢି ଏକ ଟଙ୍କିଆ କଏନ ଟିଏ ଏପରି ଭାବେ ଗେଞ୍ଜି ଦିଅନ୍ତି ଯେପରି ତାହା ଉଭୟ ଟ୍ରାକକୁ ଲାଗି ରହିବ । ଏହାର ପରିଣାମ ? ସର୍କିଟ ତୁରନ୍ତ ଯୋଡ଼ିହୋଇ ସିଗନାଲ ନାଲି କରିଦିଏ  । ନାଲି ସିଗନାଲ ଦେଖି ଟ୍ରେନ ରହିବାକୁ ବାଧ୍ୟ ହୁଏ । ବାହାରେ ସିଗନାଲ ପରିବର୍ତ୍ତନ କାମ ସାରି ଟ୍ରେନ କବାଟ ଖୋଲି ବସିଥିବା ତାଙ୍କ ସହଯୋଗୀଙ୍କ ପାଖକୁ ଅନ୍ୟ ଦୁଇ ଜଣ ଶୀଘ୍ର ପହଞ୍ଚି ଯାଆନ୍ତି । ଲୁଟପାଟ ସାରି ସେଇଠୁ ଅନ୍ତର୍ଦ୍ଧ୍ୟାନ ହୋଇ ଯାଆନ୍ତି । ସେମାନେ ଏହି ଉପାୟ ଦୀର୍ଘ ୨ ବର୍ଷ କାଳ ବ୍ୟବହାର କରୁଛନ୍ତି !

ଯେତେବେଳେ ପୁଲିସ ତାଙ୍କୁ ଧରିଲା ମାତ୍ର ୪୦୦୦ ଟଙ୍କା ସହିତ ଗଦାଏ ସ୍ମାର୍ଟ ଫୋନ , ଅଳଙ୍କାର ଏବଂ ନିଶା ଦ୍ରବ୍ୟ ସେମାନଙ୍କଠାରୁ ମିଳିଥିଲା । ସେଥିରୁ ମାତ୍ର ଦୁଇଜଣ ଧରାପଡିଥିଲେ । ସେଇ ତୃତୀୟ ଚୋର ଜଣକ ଏବେବି ଅପହଞ୍ଚ ଅଟନ୍ତି ।

ଏହି କାରନାମା ପରେ ଏଭଳି ସମସ୍ୟା ଟ୍ରେନରେ ଯାତ୍ରୀଙ୍କ ସୁରକ୍ଷା ଓ ସିଗନାଲ ପରିଚାଳନାକୁ ଆହ୍ବାନ ଦେଇଥିଲା । ଅନେକ ରୁଟରେ ରେଳ ସୁରକ୍ଷା ବଳ ଟ୍ରେନର କବାଟ ଝରକା ବନ୍ଦ କରିବାକୁ କହୁଥିବାର ଆପଣ ଦେଖିଥିବେ । ତେବେ କେବେ ଜାଣିବାକୁ ଛାହିଁଛନ୍ତି ସେମାନେ ଏମିତି କରିବାକୁ କାହିଁକି କୁହନ୍ତି ?

Author NISTHA RANJAN DASH
A writer by day and a reader by night. My love for Odia language and culture is immense. I love to read a lot and share with others. The topics that I love exploring are tradition, science, technology and photography focussing on future. I am also freelance Odia reporter and blogger. My articles can be read anywhere anytime in Facebook, Twitter and Google through this hashtag #OdiaPostAt11. You can reach me at [email protected]
I will be happy to interact with u through odisha’s leading media website bhubaneswar buzz. thank you. Happy reading…

Comments

comments