Bhubaneswar Buzz

#OdiaPostAt11 ଓଡ଼ିଶାର ଡଙ୍ଗରିଆ ମହିଳା ଡିଞ୍ଜା ଜାକେସିକା ହେଲେ ଦେଶର ଶ୍ରେଷ୍ଠ ସରପଞ୍ଚ

courtesy: odisha sun times

courtesy: odisha sun times

Dongaria Sarpanch Dinja Jakesika of  Kurli panchayat in Odisha  has been felicitated by New Delhi based Institute of Social Science. On the eve of women’s political empowerment day Jakesika was given the Outstanding Women Panchayat Leaders 2016 award in a ceremony in New Delhi.

ରାୟଗଡ଼ା ଜିଲ୍ଲା ବିଷମକଟକ ଅନ୍ତର୍ଗତ କୁର୍ଲା ଗ୍ରାମପଞ୍ଚାୟତର ୨୯ ବର୍ଷୀୟା ମହିଳା ସରପଞ୍ଚ ହେଉଛନ୍ତି ଡିଞ୍ଜା ଜାକେସିକା । ନିଜେ ଜଣେ ଅପାଠୁଆ । ପୌଢ଼ ଶିକ୍ଷା କାର୍ଯ୍ୟକ୍ରମ ମାଧ୍ୟମରେ ନିଜ ଦସ୍ତଖତ କରିବା ଶିଖିଥିଲେ । କିନ୍ତୁ ଅନ୍ୟଙ୍କୁ ଦେଖାଇଛନ୍ତି ଶିକ୍ଷାର ଆଲୋକ । ସେ ଆଦିବାସୀଙ୍କ ମଧ୍ୟରେ ସଚେତନତା ସୃଷ୍ଟିକରି ଡଙ୍ଗରିଆ କନ୍ଧମାନଙ୍କୁ ସମାଜର ମୁଖ୍ୟ ସ୍ରୋତରେ ସାମିଲ କରିବାକୁ ପ୍ରୟାସ କରିଛନ୍ତି । ସେ ୨୦୧୨ ରେ ନିର୍ବାଚନ ଜିତି ଚାରି ବର୍ଷ ମଧ୍ୟରେ ନିଜ ସମ୍ପ୍ରଦାୟ ପାଇଁ କରିଥିବା ବିକାଶ ମୂଳକ କାର୍ଯ୍ୟ ସତରେ ଆଖିଦୃଶିଆ । ଏହି ସଫଳତା ଫଳରେ ଶ୍ରେଷ୍ଠ ସରପଂଚ ଭାବେ ଜାତୀୟ ସମ୍ମାନ ପାଇବାକୁ ଯୋଗ୍ୟ ବିବେଚିତ ହୋଇଛନ୍ତି ।

ଉନ୍ନତ ଶିକ୍ଷା ପାଇଁ ଡିଂଜା ପାଖାପାଖି ୨୦୦ ଜଣ ଛାତ୍ରଛାତ୍ରୀଙ୍କୁ ନିକଟ ଆଶ୍ରମ ଓ ସେବାଶ୍ରମ ଆବାସିକ ବିଦ୍ୟାଳୟକୁ ପ୍ରେରିତ କରିଛନ୍ତି । ୮୦ ଜଣଙ୍କୁ କଳିଙ୍ଗ ଇନଷ୍ଟିଚୁଟ ଅଫ ସୋସିଆଲ ସାଇନ୍ସ – କିସ ବିଦ୍ୟାଳୟ ଭୁବନେଶ୍ଵର ଓ ହାଟମୁନିଗୁଡ଼ାର ରାମକୃଷ୍ଣ ମିଶନ(ଇଂରାଜୀ ମାଧ୍ୟମ)କୁ ପଠାଇଛନ୍ତି । ନିଜ ଅଂଚଳର ୨୬୦ ପରିବାରଙ୍କୁ ଇନ୍ଦିରାଆବାସ ଯୋଜନାରେ ଉପକୃତ କରାଇଛନ୍ତି ଓ ଅନ୍ୟ ୪୦୦ ପରିବାର ପାଇଁ ପାଇପ ଜଳ ବ୍ୟବସ୍ଥା କରାଇଛନ୍ତି । ୨୦୦ ରୁ ଅଧିକ ଦରକାର କରୁଥିବା ଅଂଚଳବାସୀଙ୍କ ପାଇଁ ବାର୍ଦ୍ଧକ୍ୟ ଓ ବିଧବା ଭତ୍ତା ବନ୍ଦୋବସ୍ତ ମଧ୍ୟ କରିଛନ୍ତି । ମନରେଗା ଯୋଜନାରେ ୨୦୦ ଅଧିକ କାର୍ଯ୍ୟ ନିଜ ହାତକୁ ନେଇ ବିକଶର ବୀଜ ବୁଣିଛନ୍ତି ।

ନୂଆଦିଲ୍ଲୀର ଇନଷ୍ଟିଚୁଟ ଅଫ ସୋସିଆଲ ସାଇନ୍ସ ତରଫରୁ ୨୬ ଅପ୍ରେଲ ୨୦୧୬ ରେ ଆୟୋଜିତ ୨୩ୟ ମହିଳା ରାଜନୈତିକ ସଶକ୍ତିକରଣ ଦିବସ -୨୦୧୬ (Women’s Political Empowerment day -2016) ପାଳନ ଅବସରରେ ଦେଶର ଶ୍ରେଷ୍ଠ ସରପଂଚ ଭାବେ ସମ୍ବର୍ଦ୍ଧିତ ହୋଇଛନ୍ତି ।

ଜାତୀୟ ମହିଳା କମିଶନ ଅଧ୍ୟକ୍ଷା ଲଳିତା କୁମାର ମଙ୍ଗଳମ ତାଙ୍କୁ ମାନପତ୍ର ଓ ଉତ୍ତରୀୟ ଦେଇ ସମ୍ମାନିତ କରିଥିଲେ । ଏଥି ସହ ସଭାରେ ଉପସ୍ଥିତ ଅନ୍ୟ ସଦସ୍ୟମାନେ ଯଥା କଲମ୍ବିଆ ରାଷ୍ଟ୍ରଦୂତ ମୋନିକା ଏଲ ମୋତିସ , ଇଏସଏସ ର ସଭାପତି ଜର୍ଜ ମାଥ୍ୟୁ ଏକ ଆଦର୍ଶ ଭାବେ ଉଲ୍ଲେଖ କରି ଡିଞ୍ଜାଙ୍କ ଆଦିମ ଜନଜାତିଙ୍କ ପ୍ରତି ନେଇଥିବା ଉନ୍ନୟନ ପଦକ୍ଷେପକୁ ଭୁରି ପ୍ରଶଂସା କରିଥିଲେ । ସୂଚନା ଥାଉକି ମହିଳା ସଶକ୍ତିକରଣ ପାଇଁ ନୂଆଦିଲ୍ଲୀସ୍ଥିତ ଇନଷ୍ଟିଚୁଟ ଅଫ ସୋସିଅଲ ସାଇନ୍ସ ୧୯୮୫ ରୁ ଓମେନ୍ସ ପଲିଟିକାଲ ଏମ୍ପାୱରମେଣ୍ଟ ଡେ କାର୍ଯ୍ୟକ୍ରମ ପ୍ରତିବର୍ଷ ପାଳନ କରୁଛି ।

ସମ୍ମାନିତ ହେବାପରେ ସେ କହିଥିଲେ ଯେ, “କେବଳ ଶିକ୍ଷା ହିଁ ବିକାଶର ମୂଳ ମନ୍ତ୍ର ଶିକ୍ଷା ସହ ଶିଳ୍ପ ଫଳରେ ନିଜ ଅଂଚଳ ବେଶ ଆଗେଇ ପାରିବ ।“

ଅନୁନ୍ନତ ଅଂଚଳରେ ସେ ହେଉଛନ୍ତି ଜଣେ ବିକାଶ ମହିଳା । ଶ୍ରେଷ୍ଠ ସମ୍ମାନ ଜିତି ଆମକୁ କରିଛନ୍ତି ଗର୍ବିତ । ସେହି  ଆଦର୍ଶ ମହିଳାଙ୍କ ପାଇଁ ସମଗ୍ର ଓଡ଼ିଶାରୁ ଆଜି ଶୁଭେଚ୍ଛାର ସୁଅ ଛୁଟିଛି  ।

Author NISTHA RANJAN DASH
A writer by day and a reader by night. My love for Odia language and culture is immense. I love to read a lot and share with others. The topics that I love exploring are tradition, science, technology and photography focussing on future. I am also freelance Odia reporter and blogger. My articles can be read anywhere anytime in Facebook, Twitter and Google through this hashtag #OdiaPostAt11. You can reach me at [email protected]
I will be happy to interact with u through odisha’s leading media website bhubaneswar buzz. thank you. Happy reading…

Comments

comments