Bhubaneswar Buzz

#OdiaPostAt11 ଲାଞ୍ଚ ଦାବୀ ନେଇ ହତାସ ଚାଷୀ ଖଜଣା ଅଫିସରେ ଛାଡ଼ିଲେ ୪୦ଟି ସାପ

snakes farmer office bribe up

ଲାଞ୍ଚ ଦିଆନିଆ ଭାରତରେ ନୂଆ ନୁହେଁ । ଶିକ୍ଷାର ପ୍ରଚାର ପ୍ରସାର ଫଳରେ ମଧ୍ୟ ଏହି କୁସଂସ୍କୃତି ଏଯାଏଁ ତିଷ୍ଠି ରହିଛି । ଟେବୁଲ ତଳେ ଦିଆନିଆ ଆଶ୍ଚର୍ଯ୍ୟ ହୋଇ ରହି ନାହିଁ ସତ ମାତ୍ର ବେଳେବେଳେ କେହି ଏହାର ପର୍ଦ୍ଦାଫାଶ କରି ସାମନା କରିଥିବା କାହାଣୀ ଅନେକଂକୁ ଆଶ୍ଚର୍ଯ୍ୟ କରେ ।

ଉତ୍ତରପ୍ରଦେଶର ବସ୍ତି ଜିଲାର ଏହି ଚାଷୀଙ୍କ କାହାଣୀ ସେମିତି । ଘଟଣାଟି ୨୦୧୧ ମସିହାର ଅଫିସରେ ୪୦ ଟି ସାପ ଛାଡ଼ିଥିବା କାରଣରୁ ହୁକୁଳ ଖାଁ ଖଜଣା ଅଧିକାରୀଙ୍କ ଦ୍ବାର ଅଭିଯୁକ୍ତ ଥିଲେ ।

ହୁକୁଳଙ୍କ କହିବା ଅନୁସାରେ ନରହରପୁର ଗ୍ରାମରେ ତାଙ୍କର ଥିବା ଜମିର ଖଜଣା ରେକର୍ଡ଼କୁ ଖଜଣା ଅଧିକାରୀ ଲାଞ୍ଚ ଦାବୀ କରି ଜାଣି ଶୁଣି ଅଟକାଇ ଦେଇଥିଲେ ।

ଏମିତି କୌଣସି ଦିନ ଏକ ଶୁଭ ମୁହୁର୍ତ୍ତରେ ଅଧିକାରୀଙ୍କୁ ଉଚିତ ଶିକ୍ଷା ଦେବା ଲାଗି ତାଙ୍କ ବନ୍ଧୁ ରାମକୂଳଙ୍କ ସହାୟତାରେ ୪୦ ଟି ବିଭିନ୍ନ ପ୍ରକାରର ଏବଂ ଆକାରର ସାପ ସଂଗ୍ରହ କରିଥିଲେ । ପରେ ଅଫିସର କବାଟ ଝରକା ବନ୍ଦ କରି ସାପଗୁଡ଼ିକୁ ସେଇଠି ଖୋଲା ଛାଡ଼ି ଦେଇଥିଲେ ।

ଆହୁରି ମଧ୍ୟ ଅଫିସର ବାହାର ପଟୁ କିଳି ଦିଆଯାଇଥିଲା । ଭାବନ୍ତୁ ୫୦ ଜଣ ଗ୍ରାମବାସୀ, କିରାଣୀ ଓ ୪୦ ଟି ସାପ ତା ମଧ୍ୟରେ କେମିତି ଥିବେ ଭଗବାନଙ୍କୁ ଧନ୍ୟବାଦ ଯେ କାହାର କିଛି କ୍ଷତି ହୋଇନଥିଲା । ଠିକ ସମୟରେ ବନ ବିଭାଗ କର୍ମଚାରୀ ପହଞ୍ଚି ସେମାନଙ୍କୁ ଉଦ୍ଧାର କରିଥିଲେ ।

Author NISTHA RANJAN DASH
A writer by day and a reader by night. My love for Odia language and culture is immense. I love to read a lot and share with others. The topics that I love exploring are tradition, science, technology and photography focussing on future. I am also freelance Odia reporter and blogger. My articles can be read anywhere anytime in Facebook, Twitter and Google through this hashtag #OdiaPostAt11. You can reach me at [email protected]
I will be happy to interact with u through odisha’s leading media website bhubaneswar buzz. thank you. Happy reading…

Comments

comments