Bhubaneswar Buzz

#OdiaPostAt11 ଜାଣନ୍ତି କି? ଗଣତନ୍ତ୍ରର ମନ୍ଦିର କୁହାଯାଉଥିବା ଭାରତର ସଂସଦ ଭବନ ହେଉଛି ଚଉଷଠି ଯୋଗିନୀ ମନ୍ଦିର ସ୍ଥାପତ୍ୟର ନକଲ!

madhya pradesh assembly chausathi jogini

 

ସଭିଏଁ ଜାଣନ୍ତି ଯେ ଭାରତର ଆଧୁନିକ ସ୍ଥପତି ବିଦ୍ୟା ଇଂରେଜ ଓ ମୁଗଲମାନଙ୍କ ଦାନ । ଏଡ଼ଉଇନ ଲ୍ୟୁଟେନସ ଏବଂ ହରବର୍ଟ ବେକର ପାର୍ଲ୍ୟାମେଣ୍ଟ ହାଉସର ନିର୍ମାଣ ଶୈଳୀ ପ୍ରସ୍ତୁତ କରିଥିଲେ । କିନ୍ତୁ ଏହା ସତ୍ୟ ଯେ ସେ ଭାରତର ପ୍ରାଚୀନ ସ୍ଥପତିକୁ ନକଲ କରି ତାଙ୍କ ସମୁର୍ଣ୍ଣ ନିଜର ଢାଞ୍ଚା ବୋଲି ଅଭିହିତ କରିଥିଲେ ।

ମଧ୍ୟ ପ୍ରଦେଶର ଖଜୁରାହୋ ଜବଲପୁର ଏବଂ ଓଡ଼ିଶାର ହୀରାପୁର ଓ ରାଣୀପୁର- ଝରିଆଲର ୬୪ଯୋଗିନୀ ମନ୍ଦିର ଢାଞ୍ଚାରେ ଭାରତୀୟ ସଂସଦ ନିର୍ମାଣ କରାଯାଇଥିବା ଅନୁମାନ କରାଯାଏ । ସଂସଦ ଭବନର ଗୋଲାକାର ନକ୍ସା ଚଉଷଠି ଯୋଗିନୀ ମନ୍ଦିରରୁ ପ୍ରସ୍ତୁତ କରାଯାଇଛି ବୋଲି ବିଶେଷଜ୍ଞ ମତ ଦିଅନ୍ତି ।

chausathi yogini3

ଓଡ଼ିଶାର ଭୁବନେଶ୍ବରରେ ନିକଟବର୍ତ୍ତି ହୀରାପୁର ଗାଆଁରେ ଥିବା ଏକ ପୁରାତନ ଯୋଗିନୀ ପୀଠ (ତନ୍ତ୍ରପୀଠ) । ଖ୍ରୀଷ୍ଟୀୟ ସପ୍ତମ ଓ ଅଷ୍ଟମ  ଶତାବ୍ଦୀରେ ତନ୍ତ୍ର ଓ ଯୋଗମାର୍ଗକୁ ପାଥେୟ କରି ଶକ୍ତି ଉପାସନାର ମାତୃକା, ବିଦ୍ୟା ଓ ମହାବିଦ୍ୟାର ମିଶ୍ରଣରେ ଚତୁଃଷଷ୍ଠୀ ଯୋଗିନୀଙ୍କ ଆରମ୍ଭ ହୋଇଥିଲା । ସ୍ଥାପତ୍ୟ ଓ ଭାସ୍କର୍ଯ୍ୟଶୈଳୀରୁ ମଧ୍ୟ ଚଉଷଠି ଯୋଗିନୀ ମନ୍ଦିରଟି ନବମ ଶତାବ୍ଦୀରେ ନିର୍ମାଣ କରାଯାଇଥିବା ଅନୁମାନ କରାଯାଏ । ଏହା ଭୌମ ଓ ସୋମ ରାଜବଂଶୀଙ୍କ ସମୟରେ ପ୍ରତିଷ୍ଠିତ ହୋଇଥିବାର ଜଣାଯାଏ । ଏହା ଏକ ଶକ୍ତିପୀଠ ହୋଇଥିବାରୁ ତନ୍ତ୍ର ସାଧନା ପାଇଁ ଏଠାକୁ ବହୁ ତନ୍ତ୍ର ସାଧକଙ୍କ ଆଗମନ ହେଉଥିଲା । କାଳିକା ପୁରାଣକୁ ଆଲୋଚନା କଲେ ଜଣାଯାଏ ଭାରତରେ ସର୍ବପ୍ରଥମ ତନ୍ତ୍ରପୀଠ ରୂପେ ହୀରାପୁରର ଚଉଷଠି ଯୋଗିନୀ ପୀଠ ବିଦ୍ୟମାନ । ଚଉଷଠି ଯୋଗିନୀ ମନ୍ଦିର ଭାରତରେ ଏକ ଐତିହ ସ୍ଥଳ ରୂପେ ମାନ୍ୟତା ପାଇଛି । ଇଂରେଜ ଶାସନ ପୂର୍ବରୁ ମୋଗଲ ଶାସକ ଏହାର ଅନେକ ଅଂଶ ନଷ୍ଟ କରିଦେଇଥିଲେ । ନିଜ ରାଜତ୍ଵ କାଳରେ କଳାପାହାଡ଼ ଏହି ମନ୍ଦିର ଭାଙ୍ଗିଛି ଓ ବର୍ତ୍ତମାନ ତାହାର ଭଗ୍ନାବଶେଷ ପ୍ରତୀୟମାନ ବୋଲି ସେଠାକାର ଗ୍ରାମବାସୀ କହନ୍ତି ।

ମନ୍ଦିରଟିର ଗଠନଶୈଳୀ ବୈଚିତ୍ର୍ୟମୟ, ଯାହାକି ନଦେଖିଲେ ବର୍ଣ୍ଣନା କରିବା ଅସମ୍ଭବ । ଅଧିଷ୍ଠାତ୍ରୀ ଦେବୀ ମହାମାୟା ଓ ଯୋଗିନୀମାନେ ଏକ ପୁରାତନ ପଥରରେ ନିର୍ମିତ ମନ୍ଦିରରେ ପୂଜା ପାଉଛନ୍ତି । ମନ୍ଦିରର ଆକାର ଗୋଲାକାର କିନ୍ତୁ ଛାତ ଶୂନ୍ୟ । ମନ୍ଦିରର ପ୍ରବେଶ ପଥର ଦ୍ୱାରଦେଶଟି ଏକ ତୋରଣ ପରି ପଥରରେ ନିର୍ମିତ । ଏହାର ଦୁଇ ପାଶ୍ୱର୍ରେ ଦୁଇଟି ଭୈରବ ମୂର୍ତ୍ତି ବିଦ୍ୟମାନ । ସେହି ଦୁଇଟି ମୂର୍ତ୍ତିର ନାମ କାଳ ଓ ବିକାଳ । ଏହି ତୋରଣର ଉପର ଅଂଶରେ ଦୁଇଟି ଦ୍ୱାରପାଳ ମୂର୍ତ୍ତି ବିଦ୍ୟମାନ । ମନ୍ଦିରର ବାହାର କାନ୍ଥରେ ନଅଟି କାତାୟନୀ ମୂର୍ତ୍ତି ବିଦ୍ୟମାନ । ସେମାନେ ହସ୍ତରେ ପାନପତ୍ର ଆୟୁଧ ଧରି ଦଣ୍ଡାୟମାନ । ପୀଠର ମଧ୍ୟଭାଗରେ ଚତୁଃଷ୍କୋଣ ବିଶିଷ୍ଟ କୃତି । ଚାରି କୋଣରେ ଚାରୋଟି ପ୍ରତିମା ଦଣ୍ଡାୟମାନ । ସେଥିମଧ୍ୟରୁ ଗୋଟିଏ ସ୍ଥାନରେ ମୂର୍ତ୍ତି ଶୂନ୍ୟ । ବର୍ତ୍ତମାନ ତିନୋଟି ପ୍ରତିମାର ମଧ୍ୟଭାଗରେ ଅଦୈକ ପାଦ ଭୈରବ । କ୍ରୋଟର ଚକ୍ଷୁ, ନୃମୁଣ୍ଡମାଳୀ ଓ ଖଡ଼୍ଗଧାରୀ ଅଟନ୍ତି । ଅଧିଷ୍ଠାତ୍ରୀ ମହାମାୟାଙ୍କ ଦୁଇ ପାଶ୍ୱର୍ରେ ଅନ୍ୟ ସମସ୍ତ ମା’ ଯୋଗିନୀ ଦେବୀ ସେମାନଙ୍କର ବାହନମାନଙ୍କ ଉପରେ ଆସ୍ଥାନ ବିମଣ୍ଡିତ । ଏହି ପ୍ରତିମାଗୁଡିକ କଳା ମୁଗୁନି ପଥରରେ ନିର୍ମିତ ।

ଏହି ପୀଠଟି ପୁରୀ, କୋଣାର୍କ ଓ ଭୁବନେଶ୍ୱର ସ୍ୱର୍ଣ୍ଣ ତ୍ରିଭୁଜ ଶକ୍ତି ମଣ୍ଡଳ ମଧ୍ୟରେ ଅବସ୍ଥିତ । ଏହି ସ୍ୱର୍ଣ୍ଣ ତ୍ରିଭୂଜ ମଣ୍ଡଳୀ ପୀଠକୁ ପୃଥିବୀର ବିଭିନ୍ନ ପ୍ରାନ୍ତରୁ ବାର୍ଷିକ ହଜାର ହଜାର ପର୍ଯ୍ୟଟକ ଓ ଭକ୍ତମାନେ ଭ୍ରମଣରେ ଆସିଥାନ୍ତି ।

ଅଧିକ ଦେଖନ୍ତୁ https://or.wikipedia.org/s/2lk

 

Author NISTHA RANJAN DASH
A writer by day and a reader by night. My love for Odia language and culture is immense. I love to read a lot and share with others. The topics that I love exploring are tradition, science, technology and photography focussing on future. I am also freelance Odia reporter and blogger. My articles can be read anywhere anytime in Facebook, Twitter and Google through this hashtag #OdiaPostAt11. You can reach me at [email protected]
I will be happy to interact with u through odisha’s leading media website bhubaneswar buzz. thank you. Happy reading…

 

Comments

comments