Bhubaneswar Buzz

#OdiaPostAt11 ବଜ୍ର ପୁରୁଷ କେଶବ ସ୍ଵାଇଁ – ଆପଣଙ୍କ ଦୃଷ୍ଟି ଆଢ଼ୁଆଳରେ ଓଡ଼ିଶାର ପ୍ରଥମ ଗିନିସ ରେକର୍ଡ଼ଧାରୀ

Keshab swain coconut bbsrbuzz 2

କେଶବ ସ୍ଵାଇଁ ମାତ୍ର ଏକ ମିନିଟରେ ନିଜ କହୁଣୀରେ ୯୨ ଟି କଞ୍ଚା ପଇଡ଼ ଭାଙ୍ଗି ଗିନିସ ବିଶ୍ଵ ରେକର୍ଡ଼ଧାରୀ ଅଟନ୍ତି । ତାଙ୍କର କୌଶଳକୁ ଅକ୍ଟୋବର ୨୮, ୨୦୧୫ ମସିହାରେ ଭୁବନେଶ୍ଵରର ଜନତା ମୈଦାନଠାରେ ପ୍ରଦର୍ଶନ କରିଥିଲେ । ଶ୍ରୀ ସ୍ବାଇଁ ହେଉଛନ୍ତି ନିଜ କହୁଣୀରେ ସର୍ବାଧିକ ସବୁଜ(କଞ୍ଚା) ପଇଡ଼ ଭାଙ୍ଗିବାରେ  ବିଶ୍ଵର ପ୍ରଥମ ବ୍ୟକ୍ତି ।

ଆୟୋଜିତ ସେହି କାର୍ଯ୍ୟକ୍ରମରେ ସେ ୧୩୦ଟି ପଇଡ଼ ଭାଙ୍ଗିଥିଲେ କିନ୍ତୁ ସେଥିରୁ ମାତ୍ର ୯୨ ଟି ବିଚାରକ (କିଟ ବିଶ୍ଵ ବିଦ୍ୟାଳୟର କ୍ରୀଡ଼ା ଅଧିକାରୀ ଗଗନେନ୍ଦୁ ଦାଶ ଏବଂ ଭାରତୀୟ ବକ୍ସିଂ ସଂଘ ପ୍ରତିଷ୍ଠାତ ତଥା ସଭାପତି ଏସଏସ ହରିଚନ୍ଦନ)ଙ୍କ ଦ୍ଵାରା ଗଣନା ହୋଇଥିଲା ।

ସେ ପ୍ରଥମେ ହାତ, ମୁଥା, ଆଣ୍ଠୁ ଓ ମୁଣ୍ଡ ଓ କହୁଣୀ ସାହାଯ୍ୟରେ ସାତ ମିନିଟ ଛବିସି ସେକେଣ୍ଡରେ ୧୩୫ ଟି  କଞ୍ଚା ପଇଡ଼ ଭାଙ୍ଗି ୨୦୦୭ରେ  ଲିମକା ବୁକ ଅଫ ରେକର୍ଡ଼ସରେ ସ୍ଥାନିତଥିଲେ । କହୁଣୀ, ଆଣ୍ଠୁ, ମୁଥା ଏବଂ ମୁଣ୍ଡରେ ୨୦୧୩ ରେ ୨୫୦ ଟି କଞ୍ଚା ପଇଡ଼ ଫଟାଇ ଥିଲେ ସମାନ  ୮ ମିନିଟ ୫୬ ସେକେଣ୍ଡରେ । ଏହି ସଂଖ୍ୟା ଦ୍ବାରା ୨୦୧୦ରେ ଛଅ ମିନିଟ ଛଅ ସେକେଣ୍ଡରେ ୧୮୪ ଟି କଞ୍ଚା ପଇଡ଼ ଭାଙ୍ଗି ସେ କରିଥିବା  ନିଜ ରେକର୍ଡ଼କୁ ଅତିକ୍ରମ କରିଥିଲେ  । ଏପରି ଲିମକା ବୁକ ଅଫ ନାସନାଲ ରେକର୍ଡ଼ସରେ ପାଞ୍ଚଥର ସ୍ଥାନ ପାଇଥିଲେ ।  ଆହୁରି ମଧ୍ୟ ୨୦୧୩ ରେ ୧ ମିନିଟରେ ୧୮ ଟି କତା ପଇଡ଼ ଭାଙ୍ଗି ଏସିଆ ବୁକ ଅଫ ରେକର୍ଡ଼ସ ଏବଂ ଇଣ୍ଡିଆ ବୁକ ଅଫ ରେକର୍ଡ଼ସରେ ସ୍ଥାନ ପାଇଥିଲେ । ୨୦୧୨ରେ ମଧ୍ୟ ୮୫ ଟି ପଇଡ଼ ଭାଙ୍ଗିନିଜ ନାମ ଗିନିସ ୱାର୍ଲ୍ଡ ରେକର୍ଡରେ ସ୍ଥାନିତ କରାଇଥିଲେ । ସେ ଲିମକା ୱାର୍ଲ୍ଡ ରେକର୍ଡ଼ସ ସହ ମିରାକିଲ୍ସ ୱାର୍ଲ୍ଡ ରେକର୍ଡ଼, ୟୁନିଭର୍ସାଲ ରେକର୍ଡ଼ ଫୋରମ ଏବଂ ତେଲୁଗୁ ବୁକ ଅଫ ରେକର୍ଡ଼ରେ ସ୍ଥାନ ପାଇଛନ୍ତି । ଏପରି ପାଞ୍ଚଥର ଜାତୀୟ ସ୍ତରରେ ରେକର୍ଡ଼ କରିଛନ୍ତି ।

Keshab swain coconut bbsrbuzz 1

ତାଙ୍କ ପ୍ରତିଭା ପ୍ରଛଦପଟ କାହାଣୀଟି ଏହିପରି । ମାତ୍ର ୧୬ ବର୍ଷ ବୟସରେ ଘର ଛାଡ଼ି ଚାଲିଯାଇ ସଂଯୋଗ ବଶତଃ ଗୋଆରେ ପହଞ୍ଚନ୍ତି । ପକେଟରେ ପଇସାଟିଏ ନଥାଏ । ଗୋଆ ବେଳାଭୂମିରେ ବୁଲୁବୁଲୁ ଭୋକ ମେଣ୍ଟାଇବା ପାଇଁ ଖାଦ୍ୟ ଖୋଜୁ ଥାଆନ୍ତି । ଏମିତି ଆଖି ନଡ଼ିଆ ଗଛ ଉପରେ ପଡ଼େ । କିଛି ନଡ଼ିଆ ମଧ୍ୟ ତୋଳନ୍ତି । ଭୋକର ଅଗ୍ନି ଆହ୍ଵାନ ଦିଏ । ପଇଡ଼କୁ ହାତ, ଦାନ୍ତରେ ଚିରି ମୁଥାରେ ଫଟାଇ ଆଣ୍ଠୁ ଲଗାଇ କତା ଛଡାଇବାକୁ  ଆପ୍ରାଣ ଚେଷ୍ଟା କରନ୍ତି ଏବଂ ସଫଳ ହୁଅନ୍ତି । ପରେ ଏଥିରୁ ତାଙ୍କୁ ଶିକ୍ଷା ମିଳେ । ଏହା ତାଙ୍କୁ କହୁଣୀରେ କଞ୍ଚା ପଇଡ଼ ଫଟାଇବାକୁ ପ୍ରେରଣା ଦିଏ । ଶରୀରର ପ୍ରତ୍ୟେକ ହାଡ଼ରେ ନଡିଆକୁ ଭାଙ୍ଗିବାର ସାମର୍ଥ୍ୟ ରଖନ୍ତି ସେ । ମହାଭାରତର ଏକଲବ୍ୟ ଭଳି ନିଜେ କୌଶଳ ଉଦ୍ଭାବନ ସହ ଅଭ୍ୟାସ କରିଛନ୍ତି ।  ସେ ରେକର୍ଡ଼ ପରେ ରେକର୍ଡ଼ କରି ଏଥିରେ ପ୍ରବୀଣ ବୋଲି ପ୍ରମାଣିତ କରିଛନ୍ତି । ଦାରିଦ୍ର୍ୟର କଷାଘାତ ତଳେ ବଞ୍ଚୁ ବଞ୍ଚୁ ପଇଡ଼ ତୋଳିବା ସହ  ଖାଲି ହାତ, ଆଣ୍ଠୁ, ମୁଥା ଓ କହୁଣୀ ରେ ଚିରିବା ଓ ଭାଙ୍ଗିବା ତାଙ୍କର ଅଭ୍ୟାସ ଓ ପରେ ପରେ ନିଶାରେ ପରିଣତ ହୋଇଥିଲା  ।

କେଶବ ମଧ୍ୟ ଜଣେ ସାହସିକ ପୁରସ୍କାର ବିଜେତା  । ୨୦୦୮ରେ ଭୁବନେଶ୍ଵରଠାରେ ଜଳୁଥିବା ମଧ୍ୟପ୍ରଦେଶରୁ ଆସିଥିବା ଏକ ଯାତ୍ରୀବାହୀ ବସରୁ ୧୨ ଜଣ ତୀର୍ଥଯାତ୍ରୀଙ୍କୁ ଉଦ୍ଧାର କରି ସେମାନଙ୍କ ଜୀବନ ବଞ୍ଚାଇଥିଲେ । ୨୦୦୮ ଜାନୁଅରୀ ୨୧ ସକାଳ ୮.୪୫ ରେ ଯାତ୍ରୀମାନେ ଶୟନରତ ଥିବାବେଳେ କେଶବ ସ୍ଵାଇଁ ନିଜ ଜୀବନ ବାଜି ଲଗାଇ ଉଦ୍ଧାର କରିଥିଲେ ସେମାନଙ୍କୁ । ଯାହାଫଳରେ ନିଜେ କ୍ଷତାକ୍ତ ହୋଇ କିଛିଦିନ ଅସୁସ୍ଥ ଥିଲେ । ଏହି ସାହସିକ କାର୍ଯ୍ୟ ପାଇଁ ସେ  ୨୦୦୮-୨୦୦୯ ବର୍ଷ ପାଇଁ ବିଜୁ ପଟ୍ଟନାୟକ ସାହସିକ ପୁରସ୍କାର ଜିତିଛନ୍ତି ।

ଗଞ୍ଜାମଜିଲ୍ଲାର  ଧରାକୋଟ ନିକଟ ମଫସଲ ବାହାରପୁର ଗ୍ରାମରେ ତାଙ୍କ ଜନ୍ମ । ବର୍ତ୍ତମାନ ସେ ଭୁବନେଶ୍ଵରରେ ବାସକରୁଛନ୍ତି । କେଶବ ସ୍ଵାଇଁ ଜଣେ ସମାଜସେବୀ । ସମାଜସେବା କରିବାରେ  କୌଣସି ଏକ ସୁଯୋଗ ହାତଛଡା କରନ୍ତିନି ସେ । ସେ ଜଣେ ସାମରିକ କଳା ଏକ୍ସପର୍ଟ ମଧ୍ୟ ଅଟନ୍ତି ।

Keshab swain coconut bbsrbuzz 3

ପ୍ରଥମ ଓଡ଼ିଆ ଭାବେ ଗିନିସ ରେକର୍ଡ଼ରେ ସ୍ଥାନ ପାଇବାରେ ସେ ହେଉଛନ୍ତି ପ୍ରଥମ । ସେ ତାଙ୍କ ଏହି ରେକର୍ଡ଼କୁ ଓଡ଼ିଶାବାସୀଙ୍କ ଉଦ୍ଦେଶ୍ୟରେ ସମର୍ପଣ କରିଛନ୍ତି । ଭବିଷ୍ୟତରେ ଜନସେବା ସହ ଅନେକ ରେକର୍ଡ଼ କରିବାକୁ ଆଶା କରିଛନ୍ତି ସେ । ତାଙ୍କୁ ସମର୍ଥନ ଓ ଶୁଭେଚ୍ଛା ଜଣେଇବାକୁ ଚାହାନ୍ତି ? ତେବେ ଆପଣଙ୍କ ବାର୍ତ୍ତାରେ ତାଙ୍କ ଟୁଇଟର ହାଣ୍ଡେଲ ବ୍ୟବହାର କରନ୍ତୁ @KeshabSwain

Author NISTHA RANJAN DASH
A writer by day and a reader by night. My love for Odia language and culture is immense. I love to read a lot and share with others. The topics that I love exploring are tradition, science, technology and photography focussing on future. I am also freelance Odia reporter and blogger. My articles can be read anywhere anytime in Facebook, Twitter and Google through this hashtag #OdiaPostAt11. You can reach me at [email protected]
I will be happy to interact with u through odisha’s leading media website bhubaneswar buzz. thank you. Happy reading…

Comments

comments