Bhubaneswar Buzz

#OdiaPost ଯେତେବେଳେ ଗୁରୁଙ୍କ କୃପା ବରଷେ, ଜୀବନରେ ସଫଳତା ମିଳେ

teachers-day-significance-famous-quotes

ସର୍ବପ୍ରଥମେ ଆମେ ଆପଣଙ୍କୁ ଗୁରୁଦିବସର ହାର୍ଦ୍ଦିକ ଶୁଭକାମନା ଜଣାଉଛୁ । ବିଶ୍ବର ବିଭିନ୍ନ ଦେଶରେ ଭିନ୍ନ ଭିନ୍ନ ତାରିଖରେ ଗୁରୁଦିବସ ପାଳନ ହୁଏ । UK ରେ ଅକ୍ଟୋବର ୫ ଓ USA ରେ ମଇ ମାସର ପ୍ରଥମ ସପ୍ତାହ ଶିକ୍ଷକଙ୍କ ଲାଗି ଉତ୍ସର୍ଗ କରାଯାଏ । କିନ୍ତୁ ଭାରତରେ ୫ ସେପ୍ଟେମ୍ବରରେ ଶିକ୍ଷକ ଦିବସ ପାଳନ ହୁଏ । ଏହାର ଶ୍ରେୟ ଭାରତର ପ୍ରଥମ ଉପରାଷ୍ଟ୍ରପତି ଡ଼ ସର୍ବପଲ୍ଲୀ ରାଧାକୃଷ୍ଣନଙ୍କୁ ଯାଏ । ଏମିତି ତ ବିଶ୍ୱ ପ୍ରାଚୀନ କାଳରୁ ଭାରତକୁ ବିଶ୍ୱଗୁରୁ ବୋଲି ମାନେ । କାରଣ ସମୟ ସମୟରେ ଅନେକ ମହାପୁରୁଷ ଏ ଭୂଖଣ୍ଡରେ ଜନ୍ମନେଇ ସାରା ବିଶ୍ବର ମାର୍ଗଦର୍ଶନ କରିଛନ୍ତି ।

ଡ଼ ସର୍ବପଲ୍ଲୀ ରାଧାକୃଷ୍ଣନଙ୍କ ଜନ୍ମ ତାରିଖ ସେପ୍ଟେମ୍ବର ୫କୁ ଭାରତରେ ଗୁରୁ ଦିବସ ଭାବେ ପାଳନ କରାଯାଏ । ସେ ୧୮୮୮ ମସିହାରେ ତିରୁତନୀଠାରେ ଜନ୍ମ ଗ୍ରହଣ କରିଥିଲେ । ଭାରତୀୟ ସଂସ୍କୃତିରେ ଜଣେ ମହାନ ଶିକ୍ଷକ ଭାବେ ତାଙ୍କ ପ୍ରସିଦ୍ଧି ଥିଲା । ସେ ଜଣେ ଶିକ୍ଷକ ହେବା ସହ ମହାନ ଦାର୍ଶନିକ, ଉତ୍କୃଷ୍ଟ ବକ୍ତା, ଏବଂ ଜଣେ ହିନ୍ଦୁ ବିଚାରକ ଥିଲେ । ସମ୍ପୂର୍ଣ୍ଣ ବିଶ୍ବକୁ ଏକ ଶିକ୍ଷାର ଗୃହ ମନେକରୁଥିଲେ । ତାଙ୍କ ମତରେ, ମଣିଷକୁ ଉତ୍ତମ ଶିକ୍ଷା ମିଳିଲେ ନିଜ ମସ୍ତିଷ୍କକୁ ବିଶ୍ବ ହିତରେ ଲଗାଇ ପାରିବ ।

ଡ଼ ସର୍ବପଲ୍ଲୀ ରାଧାକୃଷ୍ଣନ ଶିକ୍ଷା କ୍ଷେତ୍ରରେ ଅମୂଲ୍ୟ ଯୋଗଦାନ ପାଇଁ ତାଙ୍କୁ ଭାରତର ପ୍ରଥମ ଉପରାଷ୍ଟ୍ରପତି ପଦ ମିଳିଥିଲା । ସମସ୍ତେ ତାଙ୍କର ଜନ୍ମ ତାରିଖକୁ ଶିକ୍ଷକ ଦିବସ ଭାବେ ପାଳନ କରିବାକୁ ଅନୁରୋଧ କରିଥିଲେ । ଉତ୍ତରରେ ସେ କହିଥିଲେ ଏହା ଭଲ କଥା କିନ୍ତୁ ଏହି ଦିବସର ପାଳନ ଉଦ୍ଦେଶ୍ୟ ବିଶ୍ବ କଲ୍ୟାଣ ନିମିତ୍ତ ହେବା ଉଚିତ । ତାପରଠୁ ପ୍ରତିବର୍ଷ ସେପ୍ଟେମ୍ବର ପାଞ୍ଚ ତାରିଖକୁ ଗୁରୁଦିବସ ଭାବେ ପାଳନ କରା ଯାଉଛି ।

ଡ଼ ରାଧାକୃଷ୍ଣନ ବଲ୍ୟକାଳରୁ ଧାର୍ମିକ ପ୍ରବୃତ୍ତିର ଥିଲେ । ମିଶନାରୀ ବିଦ୍ୟାଳୟରେ ପଢ଼ି ମଧ୍ୟ ଭାରତୀୟ ସଂସ୍କୃତି ସହ ଓତଃପ୍ରେତ ଭାବେ ଜଡ଼ିତ ଥିଲେ । ତାଙ୍କ ମତରେ ଶିକ୍ଷାର ଅର୍ଥ କେବଳ ଜ୍ଞାନ ପ୍ରାପ୍ତି ନୁହେଁ । ଶିକ୍ଷା ମାଧ୍ୟମରେ ହିତ ଭାବନା ସର୍ବାଗ୍ର ହେବା ଉଚିତ । କାରଣ ଶିକ୍ଷା ଦ୍ୱାରା ହିଁ ଉଚିତ ଏବଂ ଉତ୍କୃଷ୍ଟ ସମାଜ ଗଠନ ହେବା ସମ୍ଭବ ହୋଇପାରିବ ।

ଶିକ୍ଷକ ଦିବସର ଉପଯୋଗୀତା:

ଯେତେବେଳେ ଆମେ ଜନ୍ମ ନେଉ, ସର୍ବପ୍ରଥମେ ଆମେ ନିଜ ପିତାମାତାଙ୍କଠାରୁ ଜୀବନର ପ୍ରାରମ୍ଭିକ ଶିକ୍ଷା ମିଳେ । ପିତାମାତା ହିଁ ଆମର ପ୍ରଥମ ଶିକ୍ଷକ ଅଟନ୍ତି । ସେ ଆମକୁ ଚାଲିବା, କଥା କହିବା ଏବଂ ସମାଜ ଅନୁରୂପ ବଞ୍ଚିବାର କଳା ଶିଖେଇଥାଆନ୍ତି । ଯେତେବେଳେ ପିଲାଟି ଘର ବାହାରକୁ ଗୋଡ଼ କାଢ଼େ ମତାପିତାଙ୍କ ପରେ ଶିକ୍ଷକ ହିଁ ଗୁରୁ ରୂପରେ ମିଳନ୍ତି । ଯିଏ ତାକୁ ନିଜ ଶିକ୍ଷା ଦ୍ୱାରା ସମ୍ପୂର୍ଣ୍ଣ ଜଗତର ଜ୍ଞାନ ଅର୍ପିତ କରନ୍ତି । ଫଳରେ ମନୁଷ୍ୟର ମସ୍ତିଷ୍କର ପୂର୍ଣ୍ଣ ବିକାଶ ହୋଇପାରେ । ସେ ସମାଜରେ ଖାପ ଖୁଆଇ ରହିବା ଯୋଗ୍ୟ ହୁଏ ।

ଏମିତି ପ୍ରାଚୀନ କାଳରୁ ଅନେକ ଋଷି ମହର୍ଷି ନିଜ ଜ୍ଞାନ ଜରିଆରେ ବିଶ୍ବର ମାର୍ଗ ଦର୍ଶନ କରିଥିଲେ । ଆମ ଦେଶରେ ଗୁରୁଙ୍କୁ ଭାଗବନଙ୍କ ସମ ସମ୍ମାନ ଦିଆଯାଏ । ସେଥିପାଇଁ କୁହାଯାଇଛି:
‘ଗୁରୁବ୍ରହ୍ମ ଗୁରୁବିଷ୍ଣୁ ଗୁରୁଦେବ ମହେଶ୍ୱର
ଗୁରୁ ସାକ୍ଷାତ ପରଂବ୍ରହ୍ମ ତସ୍ମଇ ଶ୍ରୀ ଗୁରବେ ନମଃ ।’

ଆହୁରି ମଧ୍ୟ ଗୁରୁ ଗୋବିନ୍ଦ ସିଂହ ତାଙ୍କ ଦୋହାରେ ଉଲ୍ଲେଖ କରିଛନ୍ତି:
‘ଗୁରୁ ଗୋବିନ୍ଦ ଦୌ ଖଡେ଼, କାକେ ଲାଗୁଁ ପାଵ
ବାଲିହାରୀ ଗୁରୁ ଆପନେ, ଗୋବିନ୍ଦ ଦିୟୋ ବତାୟ’

ଅର୍ଥ: ଗୁରୁ ଅର୍ଥାତ ଆମ ଶିକ୍ଷକ ଏବଂ ଭଗବାନ ଏକ ସାଥେ ଛିଡ଼ା ହୋଇଥିଲେ ମନରେ ଦ୍ଵନ୍ଦ ଉପୁଜେ ଯେ କାହା ଚରଣ ଆଗ ସ୍ପର୍ଶ କରିବା ଉଚିତ ? ଭଗବାନ ସ୍ୱୟଂ ଉତ୍ତର ଦିଅନ୍ତି ଯେ ଗୁରୁ ହିଁ ଭଗବାନଙ୍କ ନିକଟରେ ପହଞ୍ଚିବାରେ ରାସ୍ତା ଦେଖାଇଥାଆନ୍ତି । ଏଥିପାଇଁ ସର୍ବପ୍ରଥମେ ଗୁରୁଙ୍କ ଚରଣ ସ୍ପର୍ଶ କରିବା ଉଚିତ ।

ମନୁଷ୍ୟ ନିଜ ସମ୍ପୂର୍ଣ୍ଣ ଜୀବନ କାଳରେ କିଛିନା କିଛି ଶିଖୁଥାଏ । ଶିଖିବା ପାଇଁ ନିର୍ଦ୍ଦିଷ୍ଟ ବୟସ ସୀମା କିଛି ନାହିଁ । ହୋଇପାରେ ଆମେ ଯାହାଠୁ କିଛି ଶିଖି ପାରୁ ସେ ବୟସରେ ଆମଠୁ ଛୋଟ ବି ହୋଇଥାଇପାରନ୍ତି । ଯଦି ଆମେ କାହାଠୁ କିଛି ବି ଶିଖୁ ତାଙ୍କୁ ନିଜର ଗୁରୁ ପଦବାଚ୍ୟ କରିବା ଉଚିତ ।ଆମର କର୍ତ୍ତବ୍ୟ ହେଉଛି ଗୁରୁଙ୍କ ସମ୍ମାନଦେବା କାରଣ ଗୁରୁ ଆମର ଚରିତ୍ର ନିର୍ମାଣରେ ସହାୟକ ହୁଅନ୍ତି । ଗୁରୁଙ୍କଠାରୁ ଉତ୍ତମ ଶିକ୍ଷା ପାଇ ଯେ କେହି ଉତ୍ତମ ନାଗରିକ ହୋଇପାରନ୍ତି । ଯେତେବେଳେ ଗୁରୁଙ୍କ କୃପା ବରଷେ ଜୀବନରେ ସଫଳତା ମିଳେ । ଏହା ଧ୍ରୁବ ସତ୍ୟ ।

——————————————————————————————————————–

Author NISTHA RANJAN DASH (@DashNistha on twitter)
A writer by day and a reader by night. My love for Odia language and culture is immense. I love to read a lot and share with others. The topics that I love exploring are tradition, science, technology and photography focussing on future. I am also freelance Odia reporter and blogger. My articles can be read anywhere anytime in Facebook, Twitter and Google through this hashtag #OdiaPost. You can reach me at [email protected]
I will be happy to interact with u through odisha’s leading media website bhubaneswar buzz. thank you. Happy reading…

Comments

comments