Bhubaneswar Buzz

#OdiaPost ହିନ୍ଦୁଧର୍ମରେ ପତିବ୍ରତ ଧାରଣା -ଏକ ଅନ୍ତର୍ଦୃଷ୍ଟି

savitri brata bhubaneswar buzz

#OdiaPost ହିନ୍ଦୁଧର୍ମରେ ପତିବ୍ରତ ଧାରଣା -ଏକ ଅନ୍ତର୍ଦୃଷ୍ଟି

Sabitri odia post bbsrbuzz 1

ପତିବ୍ରତ ଧର୍ମର ବିଚାର :

ମହିଳାମାନଙ୍କ ପାଇଁ ହିନ୍ଦୁଧର୍ମରେ କେତେକ ନୀତି ନିୟମ ରଖାଯାଇଛି ଏହି ସବୁ ରୀତିନୀତି ପାଳନ କରୁଥିବା ନାରୀକୁ ହିଁ ପତିବ୍ରତା ଆଖ୍ୟା ଦିଆଯାଏ ପତ୍ନୀ ମାନେ ସ୍ଵାମୀଙ୍କ ପାଇଁ  ବ୍ରତ(ସଂକଳ୍ପ) କରନ୍ତି ସେ ନାରୀର ସ୍ଵାମୀ ହିଁ  ଦୁନିଆ ସ୍ଵାମୀ ପାଇଁ ବଞ୍ଚନ୍ତି ସ୍ଵାମୀ ପାଇଁ ମରନ୍ତି ବୃହଷ୍ପତି(ଖ୍ରୀ.ପ.୩୦୦-୫୦୦ ର ଜଣେ ହିନ୍ଦୁଧର୍ମର ନୀତି ପ୍ରଣେତା)ଙ୍କ ବ୍ୟାଖ୍ୟା ହେଉଛି:  “ସେ ହେଉଛି ଜଣେ ପତିବ୍ରତା ସତୀ, ଯାହାର ମନୋଦଶାରେ ନିଜ ପତି ପ୍ରତିଫଳିତ ହୋଇଥାନ୍ତି ସେ ନିଜର ଅସହାୟତା, ନିଜର ସୁଖ ସ୍ଵାମୀ ସହ ବାଣ୍ଟନ୍ତି, ସ୍ଵାମୀ ଅନୁପସ୍ଥିତରେ ତାଙ୍କଠାରେ ରୁଗ୍ଣତା ଓ ନିରସତା ଦେଖାଦିଏ ଏବଂ ସେ ନିଜକୁ ଶେଷ କରିଦିଅନ୍ତି ଯେବେ ନିଜ ସ୍ଵାମୀ ସ୍ଵର୍ଗଯାତ୍ରୀ ହୁଅନ୍ତି’’

ପତିବ୍ରତ ଓ ସତୀବ୍ରତର ଏକ ଉତ୍ତମ ଉଦାହରଣ:

Sabitri Odiapost bbsrbuzz 2

ପ୍ରାଚୀନ ଭାରତରେ ପତିବ୍ରତାଗଣ:

ବିଶ୍ଵାସ କରାଯାଏ ଯେ ମହିଳାଙ୍କ ଏହି ପତିବ୍ରତ ପାଇଁ ଦିନେ ଭାରତ ଭୂଖଣ୍ଡ ପବିତ୍ର ଭୂମି ଭାବେ ପରିଚିତ ହେଉଥିଲା । ଭାରତ ଭୂମି ଅନେକ ସତୀଙ୍କୁ ଜନ୍ମ ଦେଇଛି । ସେମାନଙ୍କ ମଧ୍ୟରେ କେତେକ ମହାନ ନାରୀମାନେ ହେଲେ:

ପାଞ୍ଚ କନ୍ୟା:

“ଅହଲ୍ୟା ଦ୍ରୌପଦୀ ସୀତା ତାରା ମନ୍ଦୋଦରୀ ତଥା

ପଞ୍ଚ କନ୍ୟାନାଂ ସ୍ମରୋତି ନିତ୍ୟମ ମହାପାତକନାଶମ ।“

ଅର୍ଥ: ଋଷି ଗୌତମଙ୍କ ପତ୍ନୀ ଅହଲ୍ୟା, ପାଣ୍ଡବଙ୍କ ପତ୍ନୀ ଦ୍ରୌପଦୀ, ପ୍ରଭୁ ରାମଚନ୍ଦ୍ରଙ୍କ ପତ୍ନୀ ସୀତା, ରାଜା ହରିଶ୍ଚନ୍ଦ୍ରଙ୍କ ପତ୍ନୀ ତାରାମତି ଓ ରାବଣଙ୍କ ପତ୍ନୀ ମନ୍ଦୋଦରୀ ଏହି ପାଞ୍ଚ କନ୍ୟାଙ୍କୁ ଯେ ସ୍ମରଣ କରନ୍ତି ତାଙ୍କର ମହାପାତକ ନଷ୍ଟହୁଏ ।

୧. ଅହଲ୍ୟା – ଋଷି ଗୌତମଙ୍କ ପତ୍ନୀ ଯାହାଙ୍କୁ ଗୌତମ ଋଷି ପଥରରେ ପରିଣତ ହୋଇ ଯିବାକୁ ଶାପ ଦେଇଥିଲେ । ଭଗବାନ ରାମଙ୍କ ଚରଣ ସ୍ପର୍ଶରେ ସେ ନାରୀ ରୂପକୁ ପ୍ରତ୍ୟାବର୍ତ୍ତନ କରିଥିଲେ ।

୨. ଦ୍ରୌପଦୀ – ରାଜା ଦ୍ରୁପଦଙ୍କ କନ୍ୟା ତଥା ପାଞ୍ଚ ପାଣ୍ଡବଙ୍କ ପତ୍ନୀ ।

୩. ସୀତା – ଭଗବାନ ରାମଙ୍କ ପତ୍ନୀ ଯେବେ ରାମଙ୍କୁ ବନବାସ ହୋଇଥିଲା ରାମଙ୍କ ସହ ବନବାସୀ ବେଶ ଧରି ୧୪ ବର୍ଷ ପତିବ୍ରତ ପାଳନ କରିଥିଲେ । ରାବଣର ଅଶୋକ ବନରେ ରହି ଲୋକଙ୍କ ସନ୍ଦେହ ଘେରକୁ ଆସିଥିଲେ ଏଥିପାଇଁ ସେ ଅଗ୍ନିପରୀକ୍ଷା ଦେଇଥିଲେ ।

୪. ମନ୍ଦୋଦରୀ – ଲଙ୍କାପତି ରାବଣର ପତ୍ନୀ ଥିଲେ ହେମା ନାମକ ଅପ୍ସରାଙ୍କ ଗର୍ଭରୁ ଜାତ ହୋଇଥିଲେ ।

୫. ତାରାମତି – ସତ୍ୟବାଦୀ ରାଜା ହରିଶ୍ଚନ୍ଦ୍ରଙ୍କର ପତ୍ନୀ ଥିଲେ । ଯେତେବେଳେ ରାଜା ହରିଶ୍ଚନ୍ଦ୍ର ନିଜ ରାଜ୍ୟ ବିଶ୍ଵାମିତ୍ରଙ୍କୁ ଟେକିଦେଲେ ରାଜ୍ୟ ଛାଡ଼ି ଚାଲିଯିବା ସମୟରେ ନିଜ ବଚନ ରକ୍ଷା ପାଇଁ ନିଜ ପତ୍ନୀ ଓ ପୁତ୍ରଙ୍କୁ ବିକିଦେଇଥିଲେ ।

ପାଞ୍ଚ ମହାନ ସତୀ:

୧. ପତିବ୍ରତାଙ୍କ ମଧ୍ୟରେ ଅନୁସୂୟାଙ୍କ ନାମ ସବୁଠୁ ଉର୍ଦ୍ଧ୍ବରେ । ସେ ଅତି ଋଷିଙ୍କର ପତ୍ନୀ ଥିଲେ । ଏକଦା ଲକ୍ଷ୍ମି, ସରସ୍ଵତୀ, ଏବଂ ଦୂର୍ଗାଙ୍କ ମଧ୍ୟରେ କିଏ ପତିବ୍ରତା ବୋଲି ବିବାଦ ଚାଲିଲା । ଏଇଆ ପରିକ୍ଷା ପାଇଁ ଯେବେ ଅତ୍ରି ବାହାରକୁ ଯାଇଥିଲେ, ସେତେବେଳେ ତ୍ରୀଦେବ ଅନସୂୟାଙ୍କ ଆଶ୍ରମରେ ବ୍ରାହ୍ମଣ ବେଶରେ ଭିକ୍ଷା ମାଗିବାକୁ ଗଲେ ଏବଂ କହିଲେ ଆପଣ ନିବସ୍ତ୍ର ହେଲେ ଯାଇ ଆମେ ଆପଣଙ୍କଠାରୁ ଭିକ୍ଷା ଗ୍ରହଣ କରିବୁ । ସେତେବେଳେ ଅନୁସୂୟା ନିଜ ସତୀତ୍ବ ବଳରେ ତିନି ଦେବଙ୍କୁ ଅବୋଧ ବାଳକ କରି ଭିକ୍ଷା ପ୍ରଦାନ କଲେ । ମାତା ଅନୁସୂୟା ଦେବୀ ସୀତାଙ୍କୁ ପତିବ୍ରତର ଉପଦେଶ ଦେଇଥିଲେ ।

୨. ଦ୍ରୌପଦୀ – ରାଜା ଦ୍ରୁପଦଙ୍କ କନ୍ୟା ତଥା ପାଞ୍ଚ ପାଣ୍ଡବଙ୍କ ପତ୍ନୀ । ପତିବ୍ରତ ଧର୍ମ ପାଳନ କରି ଜଣେ ମହାନ ସତୀ ଥିଲେ ।

୩. ସୁଲକ୍ଷଣା – ରାବଣଙ୍କ ପରମ ତେଜସ୍ବୀ ପୁତ୍ର ମେଘନାଦ (ଇନ୍ଦ୍ରଜିତ) ଙ୍କର ପତ୍ନୀ ସୁଲକ୍ଷଣାଙ୍କୁ ସତୀର ଆଖ୍ୟା ଦିଆଯାଇଛି ।

୪. ସାବିତ୍ରୀ – ମହାରାଜା ଅଶ୍ବପତିଙ୍କ କନ୍ୟା ଅଟନ୍ତି ତାଙ୍କ ପତିଙ୍କ ନାମ ସତ୍ୟବାନ ଯେ ଆଳ୍ପାୟୁ ଥିଲେ । ଯେ ଯମରାଜଙ୍କଠାରୁ ନିଜ ସତିତ୍ଵ ପରାକାଷ୍ଠା ବଳରେ ସ୍ଵାମୀଙ୍କ ଜୀବନ ଫେରାଇଆଣିବାରେ ସକ୍ଷମ ହୋଇଥିଲେ ।

୫ . ମନ୍ଦୋଦରୀ – ରାବଣଙ୍କ ପତ୍ନୀ ସତୀ ରୂପେ ପରିଗଣିତ ହୁଅନ୍ତି ।

ଏକ ପତିବ୍ରତା ନାରୀର ସ୍ଵଭାବ:

  1. ପତି ହିଁ ତାଙ୍କର ଜୀବନ ଏବଂ ସେ ପତିଙ୍କ ଉପରେ ଜୀବନବ୍ୟାପୀ ସବୁକିଛିରେ ନିର୍ଭରଶୀଳ
  2. ସେ ସ୍ଵାମୀଙ୍କୁ ଜବାବ ଦିଅନ୍ତି ନାହିଁ
  3. ସେ କୌଣସି ସ୍ଵାର୍ଥ ରଖିନଥାନ୍ତି
  4. ସେ ଯାହା ବି କରନ୍ତି ତାଙ୍କ ସ୍ଵାମୀଙ୍କ ମଙ୍ଗଳ ନିମିତ୍ତ
  5. ନିଜ ସ୍ଵାମୀଙ୍କ ଛଡା ପରପୁରୁଷକୁ ଚାହିଁ ନଥାନ୍ତି

କୁହାଯାଏ ଜଣେ ପ୍ରକୃତ ପତିବ୍ରତାଙ୍କଠାରେ ଦୈବୀଶକ୍ତି ଦୃଶ୍ୟମାନ ହୁଏ । ଏମିତିକି ଯଦି ଜଣେ ପତିବ୍ରତା ନାରୀ ନିଜ ସ୍ଵାମୀଙ୍କ ଲାଗି ସମୁଦ୍ରର ଲବଣ ଜଳରେ ଭୋଜନ ପ୍ରସ୍ତୁତ କରନ୍ତି, ତେବେ ସେହି ଜଳ ମଧୁର ଜଳରେ ପରିଣତ ହୋଇଯାଏ ।

ଭାରତରେ ପୁରୁଷଙ୍କ ପାଇଁ ବି ସେମିତି କିଛି ନୀତି ନିୟମ ରହିଛି କି ?

ନିଶ୍ଚିତ ଭାବେ, ହଁ ! ବିବାହିତ ପୁରୁଷମାନେ ଅନୁରୂପ ମହିଳାଙ୍କ “ପତିବ୍ରତା” ବିଚାର ପରି “ପୁରୁଷୋତ୍ତମ” ଭାବେ ପରିଗଣିତ ହୁଅନ୍ତି । ହିନ୍ଦୁମାନେ ଜଣେ ପବିତ୍ର ପୁରୁଷକୁ “ପୁରୁଷୋତ୍ତମ” ସମ୍ବୋଧନ କରନ୍ତି । ସେମାନେ “ଏକ ପତ୍ନୀ ବ୍ରତ” ପାଳନ କରନ୍ତି । ଏଇଠି ପୁରୁଷୋତ୍ତମଙ୍କ କିଛି ସ୍ବଭାବ ତଥା ବିଶେଷତା ପ୍ରଦାନ କରୁଛୁ:

୧. ଜଣେ ଶ୍ରେଷ୍ଠ ପୁରୁଷ କଦାପି ପର ନାରୀ ଚିନ୍ତା କରେନାହିଁ । କେବଳ ସେହି ଭଳି ପୁରୁଷ ହିଁ ପତିବ୍ରତା ନାରୀଙ୍କୁ ହିଁ ନିଜ ପତ୍ନୀ ରୂପେ ପାଇଥାନ୍ତି । ହିନ୍ଦୁମାନେ ସର୍ବଦା ଶ୍ରୀରାମ ଓ ସୀତାଙ୍କ ସ୍ବଭାବଗୁଡ଼ିକୁ ଉଦାହରଣ ରୂପେ ନିଅନ୍ତି ଯେବେ ପୁରୁଷୋତ୍ତମ ଓ ପତିବ୍ରତା ବାବଦରେ ବିଶେଷ ଚର୍ଚ୍ଚା ହୁଏ ।

୨. ଜଣେ ପ୍ରକୃତ ପୁରୁଷ ନିଜ ପତ୍ନୀଙ୍କ ଇଚ୍ଛାକୁ ପୁରଣ କରନ୍ତି । ସେମାନଙ୍କୁ ପ୍ରେମ ଓ ସମ୍ମାନରେ ପରିପୁର୍ଣ୍ଣ କରନ୍ତି । ସେହି ଭଳି ପୁରୁଷ “ସତୀବ୍ରତ” ଧର୍ମ ପାଳନ କରନ୍ତି ବୋଲି ଜଣାଯାଏ ।

ଦୁହେଁ ଦୁହିଁକୁ ଜୀବନସାଥୀଭାବେ ବାଛିଥିବା ଯୁଗଳଙ୍କ ମଧ୍ୟରେ ମାନସିକ ଓ ଆଧ୍ୟାତ୍ମିକ ମିଳନକୁ ହିନ୍ଦୁ ସାଧୁମାନେ ପରାମର୍ଶ ଦିଅନ୍ତି । ଯାହା ଫଳରେ ଘର ଏକ ସ୍ଵର୍ଗ ପରି ଅନୁଭବ ହୁଏ  । ସ୍ବାମୀ ଶିବାନନ୍ଦ ଏକ ପଦ୍ୟରେ କୁହନ୍ତି, “ହେ ରାମ, ନିଜ ପତ୍ନୀଙ୍କୁ ଦେବୀଙ୍କ ଭଳି ସମ୍ମାନ ଦିଅ । ସେ ଘରର ରାଣୀ । ଘରର ଲକ୍ଷ୍ମୀ । ଯେଉଁଠି ନାରୀପୂଜା ପାଆନ୍ତି ସେଇଠି ସୁଖ ସମୃଦ୍ଧି, ସଫଳତା, ଶାନ୍ତି ଓ ଧନ ବୃଦ୍ଧି ହୁଏ । ହେ ଲୀଳା, ଜଣେ ସାବିତ୍ରୀ ପରି ହୁଅ । ନିଜ ସ୍ବାମୀଙ୍କ ସହ କଦାପି ଝଗଡ଼ା କରନାହିଁ । ଜଣେ ଅନୁସୂୟା , ଦମୟନ୍ତି ସାବିତ୍ରୀ, କିମ୍ବା ସୀତା ପରି ହୁଅ । ”

ଆଧୁନିକ ଭାରତୀୟ ନାରୀ ଓ ପୁରୁଷ ଯଥାକ୍ରମେ ପତିବ୍ରତ ଓ ସତୀବ୍ରତ ବିଚାରକୁ ଅନୁସରଣ କରନ୍ତି କି?

Sabitri odia post bbsrbuzz 3

ଭାରତରେ ଆମ ପିଢ଼ିର ଅନେକ ନାରୀ ଓ ପୁରୁଷ ଅଛନ୍ତି ଯେଉଁମାନେ ପତିବ୍ରତ ଓ ସତୀବ୍ରତକୁ ଅଦ୍ଭୁତ ମନେ କରନ୍ତି । ଅନେକ ୟା ବାବଦରେ କେବେ ଶୁଣି ନଥାନ୍ତି । କିନ୍ତୁ ସେମାନେ ଏକାଠି ରହିବା, ଅପବିତ୍ରତା, ସମଲିଙ୍ଗି ବିବାହ ( live-in, infidelity, and gay/lesbian  marriages)ଆଦିରେ କିଛି ମାତ୍ରାରେ ସଚେତନ ଅଟନ୍ତି । ଆଜିର ମୋବାଇଲ ଯୁଗରେ ପିତାମାତା ସେମାନଙ୍କ କିଶୋରାବସ୍ଥାର ପାଦ ଦେଉଥିବା ପୁଅଝିଅଙ୍କୁ ଥ୍ରୀଡି ଟେକ୍ନୋଲୋଜି କେମିତି କାମ କରିଥାଏ ଶିଖାଇଥାଆନ୍ତି, କିନ୍ତୁ ଏକ ସଂସାର କିପରି ଚଳେଇବାକୁ ହୁଏ ତାହା ଶିଖାଇବାକୁ କୁଣ୍ଠିତ ହୁଅନ୍ତି ।

ଆଜିର ଯୁବକ ଯୁବତୀମାନେ କାହାକୁ ନିଜ ଜୀବନ ସାଥୀ ବାଛିବା ପୂର୍ବରୁ  “ଚାଖ ଏବଂ ବ୍ୟବହାର କରି ଦେଖ” (taste and try) ଉପାୟ ଅବଲମ୍ବନ କରିବାକୁ ପସନ୍ଦ କରନ୍ତି । ଏମ ସମସୁର ରବ ଖାଁଙ୍କ ଲିଖିତ ଓମେନ୍ସ ଇରା (Women’s Era )ଅକ୍ଟୋବର ୨୦୧୦ ସଂଖ୍ୟାରେ ଏକ ପ୍ରସଂଗର ନାମ “Live-In Relationship, the Norm of the 21st Century,” ଯାହାର ସବଟାଇଟିଲ ଥିଲା , “କଣ ଆଜିର ନାରୀ ଓ ପୁରୁଷ ନଷ୍ଟଭ୍ରଷ୍ଟ?”(Are Husbands and Wives Now Obsolete?)ସେଥିରେ ଉଲ୍ଲେଖ ଅଛି ଯେ ବିବାହ ପୂର୍ବରୁ ପବିତ୍ରତା ନଷ୍ଟ ପତିବ୍ରତ ଧର୍ମରେ ସମ୍ପୁର୍ଣ୍ଣ ନିଷେଧ, ଯାହା ଏବେ ଆଉ ଯୁବପିଢିଙ୍କ ମନରେ ପାପ ହୋଇ ରହିନାହିଁ ।

ଆହୁରି ମଧ୍ୟ ସେ ସେଥିରେ ଯୋଡ଼ିଛନ୍ତି “ବାଲ୍ୟକାଳରୁ ପ୍ରତ୍ୟେକ ଝିଅ ରଜା ମହାରଜାଙ୍କ ଅନେକ ସ୍ତ୍ରୀ ଥାଆନ୍ତି ବୋଲି କାହାଣୀଗୁଡ଼ିକରୁ ପଢନ୍ତି । ଏହି ତଥ୍ୟ ବୋଧେ ସେମାନଙ୍କ ମନରେ ଏକ ଭାବନା ଉଦ୍ରେକ କରାଏ ଯେ ମହିଳାଙ୍କ ପାଇଁ ମଧ୍ୟ ସେଇ ସମାନ ଅଧିକାର ଅଛି । କାହିଁକି କେବଳ ପୁରୁଷଜାତି ବିପରିତ ଲିଙ୍ଗର ସମସ୍ତ ଶାରୀରିକ ସୁଖ ଭୋଗ କରିବ?” ଅନେକ ଗର୍ଭନିରୋଧକ ବ୍ୟବସ୍ଥା ବର୍ତ୍ତମାନ ଯୁଗରେ ହାତପାଆନ୍ତାରେ ମିଳୁଥିବାରୁ ବିବାହ ପୂର୍ବରୁ ଶାରୀରିକ ସମ୍ବନ୍ଧ ରଖିବାକୁ ସାହସ ବାନ୍ଧନ୍ତି ଆଧୁନିକ ନାରୀ ଓ ପୁରୁଷ । ଯେହେତୁ ଇଣ୍ଟରନେଟରେ କାହାକୁ ପ୍ରତିବନ୍ଧ ନାହିଁ ଅବାଧରେ କିଶୋର ଓ ଯୁବଗୋଷ୍ଠୀ ଅଶ୍ଳୀଳ (PORN) ସାଇଟ ଖୋଲି ନିୟମିତ ଦର୍ଶକ ସାଜି ଏକସ୍ପିରିମେଣ୍ଟରେ ଲାଗି ପଡନ୍ତି ।

ଆହୁରି ମଧ୍ୟ ଆଧୁନିକ ମହିଳାମାନେ ଏବେ ଶିକ୍ଷିତ ହୋଇ ଭଲ କ୍ୟାରିୟର ପାଇଁ ଲାଗିପଡୁଛନ୍ତି । ପୁରୁଷ ଉପରେ ଭାର ନହୋଇ ଆତ୍ମନିର୍ଭରଶୀଳ ହେବାକୁ ଚାହୁଁଛନ୍ତି । ଏହାକୁ  ମହିଳା ସଶକ୍ତିକରଣ ବୋଲି ଅଭିହିତ କରୁଛନ୍ତି । ସେମାନେ ପ୍ରମାଣ କରିବାକୁ ଚାହୁଁଛନ୍ତି କୌଣସି ପୁରୁଷର ଅଧିନ ଅଥବା ପୁରୁଷଠାରୁ କୌଣସି ଅନୁଗ୍ରହ ଆଶା କରୁନାହାନ୍ତି । କର୍ମଜୀବୀ ମହିଳାମାନଙ୍କ ମନ ଆଟିଟୁଡରେ ଭରିରହୁଛି । ପ୍ରାପ୍ତ ବୟସ୍କ ହେବା ପରେ ସେମାନଙ୍କ ନିଜ ଇଚ୍ଛା, ଭାବନା ଏବଂ କାମ ନିଜେ ଚୟନ କରୁଛନ୍ତି । ସେମାନେ ମତ ଦିଅନ୍ତି ଯେ ସେମାନେ ନିଜ ଦୁନିଆ ଓ ଲକ୍ଷ୍ୟ ନିଜେ ସ୍ଥିର କରିବାକୁ ଚାହାଁନ୍ତି ଆଉ ଘରର କାମ ନିଜ ସ୍ଵାମୀଙ୍କ ଉପରେ ନ୍ୟସ୍ତ କରିବାକୁ ଚାହାଁନ୍ତି ।

ଅନ୍ୟ ପକ୍ଷରେ ଅଧୁନିକ ଯୁଗର ପୁରୁଷ ଏକ ଛଞ୍ଚାଣ ଆଖି ନେଇ ବହୁ ନାରୀଙ୍କ ସହ ସମ୍ବନ୍ଧ ରଖିବାକୁ ଉତ୍ସୁକ । ନିଜର କର୍ମସ୍ଥଳ, ସାଙ୍ଗସାଥୀ, ନିଜ ଚିହ୍ନା ପରିଚିତଙ୍କ ପରିଧି ଭିତରେ ପାପ ସମ୍ପର୍କ ରଖିବାକୁ ଆଗେଇ ଆସନ୍ତି । ୧୩ ଜୁଲାଇ ୨୦୧୦ର ଏକ ରିପୋର୍ଟ “Illicit Love: How one in five adults are in love with someone other than their partner,” published in the Mail Online ରୁ ଏଇ ପରିସଂଖ୍ୟାନ  ମିଳେ:

“ପ୍ରତି ଜଣେ ପ୍ରାପ୍ତ ବୟସ୍କ ନିଜ ଜୀବନ ସାଥୀଙ୍କ ବ୍ୟତିତ ୫ ଜଣ ଭିନ୍ନ ସମ୍ପର୍କୀୟଙ୍କ ସହ ସମ୍ପର୍କ ରଖନ୍ତି । ସେଥିରୁ ୬ ଜଣ ଯିଏ ଅନ୍ୟମାନଙ୍କ ପଛରେ ପଡ଼ିଥାନ୍ତି ନିଜ ହୃଦୟ ଦେଇ ଜଣକ ପ୍ରତି ଆଫେୟାର କରନ୍ତି। କେବଳ ୧୫ ପ୍ରତିଶତ ନାରୀ ନିଜ ଜୀବନରେ ଏହିପରି ସମ୍ମୁଖିନ ହୁଅନ୍ତି । ୨୯ ପ୍ରତିଶତ ପୁରୁଷ ନିଜ ବିବାହିତ ସାଥୀକୁ ଛାଡ଼ିବାକୁ ଯୋଜନା କରୁଛନ୍ତି ଯାହା ୧୯ ପ୍ରତିଶତ ମହିଳାଙ୍କଠାରେ ମଧ୍ୟ ଏପରି ଭାବନା ଦେଖିବାକୁ ମିଳିଥିଲା ।”

ଏହି ଗବେଷଣା ଦର୍ଶାଏ ଯେ, “ଅନ୍ୟ ଜଣେ ମହିଳା ପାଇଁ ନିଜ ସହଧର୍ମିଣୀକୁ ଛାଡିବା ଯୋଜନାରେ ପୁରୁଷମାନେ ଆଗୁଆ ଅଟନ୍ତି ।” – OnePoll.com ତରଫରୁ UKରେ ପୁରୁଷମାନଙ୍କୁ ନେଇ ଗବେଷଣା ଆଧାରରେ ଏହା ଜଣାପଡ଼ିଛି ଯାହା ଭାରତୀୟ ପୁରୁଷମାନଙ୍କ ପାଇଁ ସେହି ଏକା ଫଳ ଦେଖିବାକୁ ମିଳିବ ବୋଲି ଅନୁମେୟ ।

ପ୍ରାଚୀନ ପତିବ୍ରତ ବିଚାର ଓ ଆଧୁନିକ ସମାଜ ସଂସ୍କୃତି ମଧ୍ୟରେ ତୁଳନା:

ଭାରତରେ ବର୍ତ୍ତମାନ ସମୟରେ ପତିବ୍ରତା ନାରୀ ଓ ସତୀବ୍ରତ ପୁରୁଷ ପାଇବା ଦୁରୁହ ବ୍ୟାପାର ହୋଇ ପଡିଛି । ଚଳନ୍ତି ଶତାବ୍ଦୀର ଟେକ୍ନୋଲୋଜି ଭାରତୀୟ ସଂସ୍କୃତିରେ ବୈପ୍ଲବିକ ପରିବର୍ତ୍ତନ ଆଣିଛି । ଏଥିପାଇଁ ଲୋକଙ୍କୁ କେବଳ ଦୋଷ ଦେଇ ହେବନି ଯେ ସେମାନେ କାହିଁକି ଧାର୍ମିକ ନୁହଁନ୍ତି ।  ପତିବ୍ରତ ଓ ସତୀବ୍ରତ ପାଳିବା ଏ ସମାଜରେରେ ମୋଟାମୋଟି ଭାବେ ଅସମ୍ଭବ ମନେହେଉଛି ଯାହାର ଅର୍ଥ ଆମେ ଏହି ପ୍ରସଂଗକୁ ଉପସ୍ଥାପନ କରିବାରେ ଯଥାର୍ଥତା ମନେ ନହୁଏ । କିନ୍ତୁ ଭାରତ ବର୍ଷ ବିଶ୍ବ ଦରବାରରେ ନିଜର ସାଂସ୍କୃତିକ ମର୍ଯ୍ୟଦା ପାଇଁ ଖ୍ୟାତ ତେଣୁ ଯେହେତୁ ଏ ମାଟିର ସନ୍ତାନ ଆମେ ଆମର କର୍ତ୍ତବ୍ୟ ହେଉଛି ଆମ ମାନ ଓ ସାଂସ୍କୃତିକ ମର୍ଯ୍ୟଦାକୁ ଆମେ ଅକ୍ଷୁର୍ଣ୍ଣ ରଖିବା ।

ବର୍ତ୍ତମାନ ପରିସ୍ଥିତିରେ ଭାରତର କୌଣସିବି ସହରରେ ବାସକରିବାକୁ ଜୀବନର ମାନ ଯାହା ହେଲାଣି ଏହା ଅପରିହାର୍ଯ୍ୟ ହୋଇପଡ଼ିଛି ଯେ ଉଭୟ ସ୍ବାମୀ ଓ ସ୍ତ୍ରୀ ଉଭୟଙ୍କୁ ଅର୍ଥ ଉପାର୍ଜନ କରିବାକୁ ପଡ଼ିବ । ଆଧୁନିକ କାର୍ଯ୍ୟ ସଂସ୍କୃତିରେ ପ୍ରାୟ ସବୁଠି ପୁରୁଷ ଓ ନାରୀ ଏକାଠି କାମ କରନ୍ତି । ଏହା ସାଧାରଣ ଯେ ଜଣେ ଅନ୍ୟ ଜଣଙ୍କ ହୃଦୟରେ ଏକ ଆକର୍ଷଣର ନରମ ଭାବନା ସୃଷ୍ଟି ହୁଏ । ଏହା ପରେ ଯଦି ବିବାହ ବହିର୍ଭୂତ ସମ୍ବନ୍ଧ, ଇମୋସନାଲ ଆଫେୟାର ଆଡକୁ ସମ୍ପର୍କ ଗତିକରେ ଏହା ଆମ ଭାରତୀୟ ସମାଜରେ ଜମାରୁ ଗ୍ରହଣୀୟ ହେବ ନାହିଁ ସେ ପୁରୁଷ ହୁଅନ୍ତୁ କି ନାରୀ ।

ନିଜର ଦାମ୍ପତ୍ୟ ଜୀବନ ଯେବେ ଆରୋପ ପ୍ରତ୍ୟାରୋପରେ ପୁରିଉଠେ ସେହି ସମୟରେ ଉଭୟଙ୍କ କର୍ତ୍ତବ୍ୟ ହେଉଛି ଆପୋଷ ବୁଝାମଣାକରି ନିଜ ସମ୍ପର୍କ ସୁଦୃଢ କରିବାପାଇଁ ଯୋଜନା ପ୍ରସ୍ତୁତ କରିବା । ଛାଡପତ୍ର ଦାବି କରି ଅନ୍ୟ ଏକ ନୂଆ ସମ୍ପର୍କ ଆରମ୍ଭ କରିବା ସମାଧାନର ବାଟ ନୁହେଁ । ପରବର୍ତ୍ତୀ ସମୟରେ ଏହା ପରିସ୍ଥିତିକୁ ଆହୁରି ବିଗାଡିଦେଇ ଥାଏ ଯଦି ମଝିରେ ଏକ ସନ୍ତାନ ରହିଯାଏ । ଏକ ଲିଭ ଇନ ରିଲେସନଶିପ ବ୍ୟବସ୍ଥାକୁ ଭାରତୀୟମାନେ ଅନୁ(ହନୁ)କରଣ କରିବା ଜମାରୁ ଉଚିତ ନୁହେଁ । ଇନଫିଡେଲିଟି ପାଇଁ ମଧ୍ୟ ପାଶ୍ଚାତ୍ୟ ଜଗତ କେବେ ସହିଷ୍ଣୁ ହୋଇରହିନାହିଁ ।

ଉଦ୍ଧୃତ:

 

Author NISTHA RANJAN DASH
A writer by day and a reader by night. My love for Odia language and culture is immense. I love to read a lot and share with others. The topics that I love exploring are tradition, science, technology and photography focussing on future. I am also freelance Odia reporter and blogger. My articles can be read anywhere anytime in Facebook, Twitter and Google through this hashtag #OdiaPost. You can reach me at [email protected]
I will be happy to interact with u through odisha’s leading media website bhubaneswar buzz. thank you. Happy reading…

Comments

comments