Bhubaneswar Buzz

#OdiaPost May 11 –India’s National Technology Day ଜାତୀୟ ବୈଷୟିକ ଦିବସ

Odia Post National Technology Day bbsrbuzz

Every year, National Technology Day is observed across India on May 11. This day glorifies the importance of science in day-to-day life and motivates students to adopt science as a career option. National Technology Day is being commemorated to celebrate the anniversary of first of the five tests of Operation Shakti (Pokhran-II) nuclear test which was held on 11 May 1998 in Pokhran, Rajasthan. Apart from Pokhran nuclear test, on this day first indigenous aircraft Hansa-3 was test flown at Bangalore and India also conducted successful test firing of the Trishul missile on the same day.

ନାସନାଲ ଟେକ୍ନୋଲୋଜି ଡେ ୧୯୯୯ ମସିହାରୁ ଏକ ସ୍ଵତନ୍ତ୍ର ଦିବସ ଭାବେ ପରିଗଣିତ ହେଉଛି । ଇତିହାସରେ ଏହି ଦିନ ଭାରତ ସ୍ଵଦେଶୀ ଜ୍ଞାନକୌଶଳରେ ବ୍ୟାପକ ବୈଷୟିକ ଅଗ୍ରଗତି କରିଥିଲା । ନିଜର ଦକ୍ଷତାକୁ ମନେପକାଇବାକୁ ଯାଇ ଭାରତ ପ୍ରତି ମେ ମାସ ୧୧ ତାରିଖକୁ ଜାତୀୟ ବୈଷୟିକ ଦିବସ ଭାବେ ପାଳନ କରୁଛି ।

ଏହି ଦିନ ପ୍ରଥମେ ସ୍ଵଦେଶୀ ଏୟାରକ୍ରାଫ୍ଟ ‘’ହଂସା -୩” “Hansa-3”ର ବେଙ୍ଗାଳୁରୁଠାରେ ସଫଳ ପରୀକ୍ଷଣ ହୋଇଥିଲା । କେବଳ ଏହା ନୁହେଁ, ଭାରତ ଏହାର ତ୍ରିଶୁଳ କ୍ଷେପଣାସ୍ତ୍ରର ସଫଳ ପରୀକ୍ଷଣ ମଧ୍ୟ ସେଇ ଏକା ଦିନରେ କରିଥିଲା । ୧୯୯୮ ମସିହା ମଇ ୧୧ରେ ଅପରେସନ ଶକ୍ତି ନାମରେ ରାଜସ୍ଥାନର ପୋଖରାନଠାରେ ଭାରତ ତିନୋଟି ସଫଳ ଅଣୁ ପରିକ୍ଷଣ କରିଥିଲା ।

୧୯୭୪ରୁ ଇନ୍ଦିରା ଗାନ୍ଧିଙ୍କ ଅମଳରୁ ଆରମ୍ଭ ହୋଇଥିବା ଏହି ଉଦ୍ୟମ ୧୯୯୮ ୧୧ ମେ – ୧୫ ମେମଧ୍ୟରେ ଶେଷ ପରିକ୍ଷଣ କରି  ଅଟଳ ବିହାରୀ ବାଜପେୟୀ ଏହାର ମୁଣ୍ଡିମାରିଥିଲେ । ଭାବା ଆଟମିକ ରିସର୍ଚ ସେଣ୍ଟର (Bhabha Atomic Research Center – BARC) ର ବୈଜ୍ଞାନିକ ଦଳ ଓ ଏପିଜେ ଅବଦୁଲ କାଲାମଙ୍କ ନେତୃତ୍ବରେ  ପ୍ରତିରକ୍ଷା ଗବେଷଣା ଓ ଉନ୍ନୟନ ସଂସ୍ଥା (Defence Research and Development Organization – DRDO), ଏବଂ ଆର ଚଦମ୍ବରମ (ଅଣୁଶକ୍ତି କମିଶନ ମୁଖ୍ୟ, ଭାରତ) ସହଯୋଗରେ ଏହା ସଫଳ ହୋଇଥିଲା ।

ସଫଳ ପରିକ୍ଷଣ ପରେ ସେ ସମୟର ପ୍ରଧାନମନ୍ତ୍ରୀ  ଶ୍ରୀ ଅଟଳ ବିହାରୀ ବାଜପେୟୀ ସମସ୍ତ ଭାରତୀୟଙ୍କୁ ଶୁଭ ବୈଷୟିକ ଦିବସ (Happy Technology day) କହି ଶୁଭେଚ୍ଛା ଜଣାଇଥିଲେ । ଆହୁରି ମଧ୍ୟ ଜବାହର ଲାଲ ବହାଦୂର ଶାସ୍ତ୍ରୀଙ୍କ ବାଣୀ ‘’ଜୟ ଜବାନ ଓ ଜୟ କିଷାନ’’ ପରକୁ ଆଉ ଦୁଇ ପଦ ଯୋଡ଼ି କହିଥିଲେ ଯେ  ‘’ଜୟ ଜବାନ, ଜୟ କିଷାନ ଓ ଜୟ ବିଜ୍ଞାନ’’ ।

ଏହା ଥିଲା ଭାରତ ଇତିହାସରେ ଏକ ଉଲ୍ଲେଖନୀୟ ମୁହୁର୍ତ୍ତ । ଏହା ପରେ ଭାରତ ଏକ ଅଣୁଶକ୍ତି ସମ୍ପନ୍ନ ରାଷ୍ଟ୍ର ଓ ଅଣୁ ଶକ୍ତିରୁ ଇନ୍ଧନ ସୃଷ୍ଟିକାରୀ ରାଷ୍ଟ୍ର ଭାବେ ବିଶ୍ଵ ଦରବାରରେ ପରିଗଣିତ ହେଲା ।

ଏହି ଖୁସି ଅବସରରେ ଭାରତୀୟ ପ୍ରତିରକ୍ଷା ଖାଦ୍ୟ ଗବେଷଣା ବିଜ୍ଞାନାଗାର (Defence Food Research Laboratory – DFRL) ସର୍ବସାଧାରଣ ପାଇଁ କେବଳ ମଇ ମାସ ୧୧ ତାରିଖ ଦିନ ସକାଳ ୧୦ ରୁ ଅପରାହ୍ଣ ୪ ଟା ପର୍ଯ୍ୟନ୍ତ ଉନ୍ମୁକ୍ତ ରୁହେ ।

Comments

comments