Bhubaneswar Buzz

#OdiaPost କୃଷ୍ଣଚନ୍ଦ୍ର ଗଜପତି ନାରାୟଣ ଦେବ – ଓଡ଼ିଶାର ପ୍ରଥମ ପ୍ରଧାନମନ୍ତ୍ରୀ ଓ ଦକ୍ଷିଣ ଓଡ଼ିଶାର ପ୍ରଥମ ସ୍ନାତକ

Amidst the unique destiny makers of Odisha, the Gajapati of Paralakhemundi Sri Krushna Chandra Narayan Dev is an unblemished personality in the annals of history. The chieftain in the crusade for carving out unified Utkal Pradesh by way of engineering the amalgamation of the truncated and disintegrated parts of the state, the artisan parexcellence of nascent Utkal, the patronizer beyond comparison of Utkaliya language, literature and culture, befitting Prime Minister of the unified Utkal, upholder of princely paramountcy, uncompromisingly patriotic, the Maharaja is lavishingly lionised and the trajectory blazed by his exemplary trend and tradition will make him eternally immortal. Read more below :

ପ୍ରଧାନମନ୍ତ୍ରୀ ଆଉ ପୁଣି ଓଡିଶା! ଜମାରୁ ମେଳ ଖାଉ ନାହିଁ ନିଶ୍ଚୟ । କିନ୍ତୁ ଘଟଣାଟି ସତ ଯେ ପୂର୍ବେ ଓଡ଼ିଶା ଇଂରେଜ  ଶାସନାଧିନ ଥିଲା ଏବଂ ପ୍ରଦେଶଗୁଡ଼ିକର ପରିଚାଳନା ପାଇଁ ଏକ ପ୍ରଧାନମନ୍ତ୍ରୀ ପଦ ସୃଷ୍ଟି କରାଯାଇଥିଲା । କୃଷ୍ଣଚନ୍ଦ୍ର ଥିଲେ ଏହାର ମୁଖ୍ୟ ମାନେ ପ୍ରଧାନମନ୍ତ୍ରୀ । ଏବେର ଭାରତ ଦେଶ ହେଉଛି ସଂଯୁକ୍ତ ରାଜ୍ୟମାନଙ୍କୁ ନେଇ ଗଠିତ ।  ପୂର୍ବେ ଥିବା ସେହି ପ୍ରଧାନମନ୍ତ୍ରୀ ପଦ ଏବେର ମୁଖ୍ୟମନ୍ତ୍ରୀ ପଦରେ ପରିବର୍ତ୍ତିତ ହୋଇଛି ।

୧୯୩୫ ମସିହାରେ  ବ୍ରିଟିଶ ପର୍ଲ୍ୟାମେଣ୍ଟରେ ଭାରତ ଆଇନ ସଂଶୋଧନ ହୋଇ ସମଗ୍ର ଭାରତୀୟ ଉପମହାଦେଶକୁ ୧୧ଟି ପ୍ରଦେଶରେ ବିଭକ୍ତ କରାଯାଇଥିଲା । ପ୍ରତି ପ୍ରଦେଶର ବିଧାନସଭା ପାଇଁ ନିର୍ବାଚନ ହେଉଥିଲା । ଏକ ନିର୍ବାଚନରେ ଓଡ଼ିଶା ବିଧାନସଭାରେ ୬୦ ଟି ଆସନରୁ ୩୬ ଟି ଆସନ କଂଗ୍ରେସ ଦଳ ହାତରେ ଥିବା ସ୍ଥଳେ କୃଷ୍ଣଚନ୍ଦ୍ରଙ୍କ ଦେଇ ଗଠିତ ଓଡ଼ିଶା ଜାତୀୟ ଦଳ ହାତରେ ୨୪ ଟି ଆସନ ଥିଲା । ତେଣୁ ସଂଖ୍ୟା ଗରିଷ୍ଠ କଂଗ୍ରେସ ଦଳ ମନ୍ତ୍ରିମଣ୍ଡଳ ଗଠନ କରିବା କଥା ମାତ୍ର ତତ୍କାଲିନ ରାଜ୍ୟପାଳମାନଙ୍କ ସ୍ବତନ୍ତ୍ର କ୍ଷମତାକୁ ବିରୋଧ କରି କୌଣସି ରାଜ୍ୟରେ କଂଗ୍ରେସ ଦଳ କୌଣସି ରାଜ୍ୟରେ ଶାସନ ଦାୟିତ୍ଵ ନେଲେ ନାହିଁ । ତେଣୁ ଓଡ଼ିଶାର ମହାରାଜା କୃଷ୍ଣଚନ୍ଦ୍ର ଗଜପତି ପ୍ରଥମ ପ୍ରଧାନମନ୍ତ୍ରୀ ଭାବେ ଦାୟିତ୍ଵ ଗ୍ରହଣ କରିଥିଲେ ଏବଂ ଓଡ଼ିଶାର ଶିକ୍ଷାମନ୍ତ୍ରୀ ଭାବେ ରହିଲେ ପଣ୍ଡିତ ଗୋଦାବରୀଶ ମିଶ୍ର ।

ସ୍ଵତନ୍ତ୍ର ଓଡ଼ିଶା ପ୍ରଦେଶ ଗଠନର ଠିକ ବର୍ଷକ ପରେ ଅର୍ଥାତ ୧୯୩୭ ମସିହା ଏପ୍ରିଲ ମାସ ୧ ତାରିଖରେ ଓଡ଼ିଶାର ପ୍ରଥମ ଗଭର୍ଣ୍ଣର ସାର ଜନ ଅଷ୍ଟିନ ହବାକ ଗଜପତି କୃଷ୍ଣଚନ୍ଦ୍ର ଦେବଙ୍କୁ ନେତା ରୂପେ ନିର୍ବାଚିତ କରି ପ୍ରଥମ ମନ୍ତ୍ରିମଣ୍ଡଳ ଗଠନ କରିବାପାଇଁ ନିମନ୍ତ୍ରଣ କଲେ । ତେଣୁ ଗୋରାଚାନ୍ଦ ପଟ୍ଟନାୟକ ଓ ଲତିଫୁର ରହମାନଙ୍କୁ ସଦସ୍ୟ ଭାବରେ ନେଇ ମନ୍ତ୍ରିମଣ୍ଡଳ ଗଠନ କରି ଓଡ଼ିଶାର ପ୍ରଥମ ପ୍ରଧାନମନ୍ତ୍ରୀ ଭାବେ ୧୯୩୭ ମସିହା ଏପ୍ରିଲ ପହିଲାରୁ ଜୁଲାଇ ମାସ ଅଠର ତାରିଖ ପର୍ଯ୍ୟନ୍ତ ଶାସନ କାର୍ଯ୍ୟ ପରିଚାଳନା କଲେ ଏବଂ ପରେ ୧୯୪୧ ମସିହା ନଭେମ୍ବର ମାସ ଠାରୁ ୧୯୪୪ ମସିହା ଜୁନ ମାସ ପର୍ଯ୍ୟନ୍ତ ତୃତୀୟ ମନ୍ତ୍ରିମଣ୍ଡଳରେ ପୁନର୍ବାର ପ୍ରଧାନମନ୍ତ୍ରୀ ରୂପେ ଯୋଗଦେଇ ଦକ୍ଷତାର ସହ କାର୍ଯ୍ୟ କରିଥିଲେ । ପରବର୍ତ୍ତୀ ସମୟରେ ସେ ପ୍ରତ୍ୟକ୍ଷ ବିବାଦମାନ ରାଜନୀତିରୁ ଅପସରି ଯାଇ କୃଷି ଓ ଶିଳ୍ପର ଉନ୍ନତି କାର୍ଯ୍ୟରେ ନିଜକୁ ନିୟୋଜିତ କରିଥିଲେ ।

ତାଙ୍କ ଜୟନ୍ତି ଅବସରରେ ତାଙ୍କ ଦ୍ବାରା ଅନେକ ଜନମଂଗଳ କାମ ଓ ତାଙ୍କ ଭୂମିକା ଓ ପଦପଦବୀ ଓ ମିଳିଥିବା ସମ୍ମାନରୁ କିଛି ସ୍ମରଣ କରେଇ ଦେଉଛୁ …

୧. ନାରୀଶିକ୍ଷାର ଉନ୍ନତି ପାଇଁ ଓଡ଼ିଶାର ପ୍ରଥମ ବାଳିକା ବିଦ୍ୟାଳୟ ପାରଳାଖେମୁଣ୍ଡି ଠାରେ ସ୍ଥାପନା

୨. ଉତ୍କଳ ବିଶ୍ଵବିଦ୍ୟାଳୟର ସ୍ଥାପନା

୩. ପୂର୍ଣ୍ଣାଙ୍ଗ ସ୍ଵତନ୍ତ୍ର ଓଡ଼ିଶା ଗଠନର ମୂଳଭିତ୍ତି ପକାଇଥିଲେ

୪. ଓଡ଼ିଶାରେ କଳା ଓ ସଂସ୍କୃତିର ପ୍ରସାର ଓ ପ୍ରଚାର ପାଇଁ ତାଙ୍କର ଥିଲା ଅତୁଳନୀୟ ଅବଦାନ

୫. ମାଡ୍ରାସର ଜଷ୍ଟିସ ପାର୍ଟିର ସେ ଜଣେ ସଭ୍ୟ

୬.  ୧୯୨୭ରୁ ରୟାଲ ଆଗ୍ରିକଲଚରାଲ କମିସନର ସଭ୍ୟ

୭. ୧୯୪୭ରୁ ୧୯୫୦ ଯାଏଁ ସେ ଭାରତୀୟ ସମ୍ବିଧାନ ସଭାର ସଦସ୍ୟ

୮.  ରୟାଲ ସୋସାଇଟି ଅଫ ଆର୍ଟସ ଓ ରୟାଲ ଏସିଆଟିକ ସୋସାଇଟି, ଲଣ୍ଡନ ର ଆଜୀବନ ସଦସ୍ୟ

୯.  ଉତ୍କଳ ବିଶ୍ଵବିଦ୍ୟାଳୟ ଆଜୀବନ ସଭ୍ୟ

୧୦. ୧୯୧୬ରେ ସେ ସରକାରଙ୍କ ଜରିଆରେ ସେନା-ବଳର କମିସନର ପଦ

୧୧. ୧୯୨୭ରୁ ରୟାଲ ଆଗ୍ରିକଲଚରାଲ କମିସନର ସଭ୍ୟ

୧୨. ୧୯୩୨ରେ  ଓଡ଼ିଶା ସରକାର ଦ୍ବାରା “ମହାରାଜା” ଉପାଧି

୧୩. ୧୯୩୨ରେ ବ୍ରିଟିଶ ସରକାର ଦ୍ବାରା କେସିଆଇଇ ଉପାଧି

୧୪. ୧୯୫୪ ମସିହାରେ କେନ୍ଦ୍ର ସରକାରଙ୍କ ଦ୍ବାରା ସେ ହିନ୍ଦୁସ୍ଥାନ ଷ୍ଟିଲ ଲିମିଟେଡର ନିର୍ଦ୍ଦେଶକ (କେନ୍ଦ୍ର ସରକାରଙ୍କ ଦ୍ଵାରା ମନୋନୀତ)

୧୫. ଉତ୍କଳ ବିଶ୍ଵବିଦ୍ୟାଳୟ ତରଫରୁ ସେ LL. D ରେ ଭୂଷିତ

୧୬. ୧୯୯୨ରେ ପାରଳାଖେମୁଣ୍ଡି ମହାରାଜାଙ୍କ ନାମରେ ଗଜପତି ଜିଲ୍ଲା ଭାବରେ ନାମିତ

ସେ ଥିଲେ ଜଣେ ସାହିତ୍ୟାନୁରାଗୀ:

ପଣ୍ଡିତ ଗୋପୀନାଥ ନନ୍ଦଙ୍କ “ଓଡ଼ିଆ ଶବ୍ଦତତ୍ତ୍ଵବୋଧ ଅଭିଧାନ”ର ମୁଦ୍ରଣ ଖର୍ଚ୍ଚ, ଗୋପାଳକୃଷ୍ଣ ପଦ୍ୟାବଳୀର ପ୍ରକାଶନ, ଜଗବନ୍ଧୁ ସିଂହଙ୍କ “ପ୍ରାଚୀନ ଉତ୍କଳ” ପ୍ରକାଶନ, ସିଂହଭୂମି ଅଞ୍ଚଳରେ ଓଡ଼ିଆ ଭାଷାର ପ୍ରସାର ଓ ପ୍ରଚାର ,”ପୂର୍ଣ୍ଣଚନ୍ଦ୍ର ଭାଷାକୋଷ ୫ମ ଖଣ୍ଡ” ର ମୁଦ୍ରଣ ଓ ବହୁ କାବ୍ୟର ପ୍ରକାଶନ ପାଇଁ ସମ୍ପୂର୍ଣ୍ଣ ଆର୍ଥିକ ସହାୟତା ଯୋଗାଇ ଦେଇ ଗଜପତି ନିଜକୁ ଜଣେ ସାହିତ୍ୟାନୁରାଗୀ ଭାବରେ ପରିଚୟ ଦେଇଥିଲେ ।

ଶିକ୍ଷାର  ବିକାଶ ପାଇଁ ଥିଲେ ଅତି ଯତ୍ନବାନ:

ଶିକ୍ଷାର ବିକାଶ ପାଇଁ ସେ ଗୁଡ଼ିଏ ବିଦ୍ୟାଳୟ ଏବଂ ମହାବିଦ୍ୟାଳୟ ସ୍ଥାପନ କରିଥିଲେ । ମେଧାବୀ ଛାତ୍ରଙ୍କୁ ବୃତ୍ତି ଏବଂ ଗରିବ ଛାତ୍ରଙ୍କୁ ବିଦ୍ୟାଶିକ୍ଷା ପାଇଁ ଆର୍ଥିକ ସହାୟତା ଯୋଗାଇଥିଲେ । ନାରୀଶିକ୍ଷା ପ୍ରାଧାନ୍ୟ ପ୍ରତି ଗୁରୁତ୍ବଦେଇ କୃଷ୍ଣଚନ୍ଦ୍ର ପାରଳାଖେମୁଣ୍ଡିରେ ଏକ ବାଳିକା ବିଦ୍ୟାଳୟ ସ୍ଥାପନ କରିଥିଲେ । ପ୍ରତିବର୍ଷ ପାଠପଢ଼ାରେ ଭଲ କରୁଥିବା ଝିଅମାନଙ୍କୁ ସୁନା ଓ ରୂପା ଗହଣା ସହିତ ଶାଢୀ ପୁରସ୍କାର ଦେଉଥିଲେ । ଫଳରେ ବାଳିକା ସଂଖ୍ୟା ବୃଦ୍ଧି ପାଇଲା ଓ କ୍ରମଶଃ ଏହା ପାରଳାଖେମୁଣ୍ଡିର ପ୍ରଥମ ବାଳିକା ଉଚ୍ଚବିଦ୍ୟାଳୟରେ ପରିଣତ ହେଲା । ପିତୃବ୍ୟ ପଦ୍ମନାଭ ଗଜପତିଙ୍କ ନାମରେ ପଦ୍ମନାଭ ଛାତ୍ରବୃତ୍ତି ଫଣ୍ଡ ଗଠନ କରିଥିଲେ । ସେହି ଫଣ୍ଡରୁ କଲେଜରେ ପଢୁଥିବା ଛାତ୍ରମାନଙ୍କ ପାଇଁ ଛାତ୍ରାବାସ ନିର୍ମାଣ କରାଇ ସେମାନଙ୍କ ଲାଗି ମାଗଣାରେ ଖାଇବା ଓ ରହିବାର ବ୍ୟବସ୍ଥା ହୋଇଥିଲା । ନିଜ ରାଜ୍ୟରେ ଶିକ୍ଷାର ବିସ୍ତାର ଲାଗି ମୁକ୍ତହସ୍ତ ହୋଇ ପଡ଼ିଥିଲେ କୃଷ୍ଣଚନ୍ଦ୍ର । କଲେଜ ପାଠ ଶେଷ ହେବା ପରେ ଛାତ୍ରମାନଙ୍କୁ ମାସିକ ବୃତ୍ତିଦେଇ ଦେଶର ବିଭିନ୍ନ ପ୍ରଦେଶରେ ଥିବା କୃଷି, ଇଂଜିନିୟରିଂ, ମେଡିକାଲ, ପଶୁଚିକିତ୍ସା ବା ଅନ୍ୟାନ୍ୟ ବୈଷୟିକ ଶିକ୍ଷାୟତନମାନଙ୍କରେ ପଢ଼ିବାକୁ ପଠାଇ ଦିଆଯାଉଥିଲା ।

ଜଣେ ପ୍ରଜାମଙ୍ଗଳକାରୀ ରଜା ଭାବରେ :

ନିଜ ଶାସନ କାଳରେ ସେ ନିଜ ରାଜ୍ୟ ଭିତର ଦେଇ ନୂଆପଡ଼ା-ପାରଳାଖେମୁଣ୍ଡି ରେଳପଥକୁ ଗୁଣୁପୁର ଯାଏ ସମ୍ପ୍ରସାରିତ କରିଥିଲେ । କୃଷି ଓ ଶିଳ୍ପ ପାଇଁ ବହୁ ଯୁଗାନ୍ତକାରୀ ପଦକ୍ଷେପ ନେଇଥିଲା ଧାନ କଳ, ତେଲ କଳ ଏବଂ ଲୁହା କାରଖାନା ଆଦି ବସାଇଥିଲେ ।

ସେ ରାଜକୀୟ ବିଳାସ ବ୍ୟସନ ଠାରୁ ଦୂରରେ ରହି ଜନସେବାକୁ ଗୁରୁତ୍ବ ଦେଇଥିଲେ । ଏ ହେଉଛି ତାଙ୍କ ମହନିୟତା ।

ଓଡ଼ିଆ ଉଇକିପିଡିଆରେ ତାଙ୍କ ବାବଦରେ ଅଧିକ ଦେଖନ୍ତୁ:  https://or.wikipedia.org/s/4r

——————————————————————————————————————–

By Nitu Ranjan Dash

Visual Anthropologist
Delhi University

Comments

comments