Bhubaneswar Buzz

#OdiaPost ମୋ ଜୀବନ ପଛେ ନର୍କେ ପଡ଼ିଥାଉ ଜଗତ ଉଦ୍ଧାର ହେଉ…

 

bhima bhoi bhubaneswar buzz

ବଖାଣି ମହିମା ଧୁନିକୁ ସ୍ଥାପିବା ଶ୍ରୀମୁଖରେ ଆଜ୍ଞା ଦେଲେ୤|
ଦାସପଣେ କିଣି ଅର୍ଦ୍ଧବାଟେ ଆଣି କିମ୍ପା ଏତେ ସରି କଲେ ୥||୧୥

ନାହିଁ ମୋ ଭରସା ଉଡ଼ୁଛି ସହସା କି ବୁଦ୍ଧି କରିବି କହ୤|
ଜଗତ ସମ୍ଭାଳି ଭଗତଙ୍କୁ ପାଳି ତୁମ୍ଭ ଭାରା ତୁମ୍ଭେ ବହ ୥||୨୥

ଭଗତଙ୍କ ଦୁଃଖ ନିରନ୍ତର ଦେଖ ଲାଗିଲାଟି ପଦାରବିନ୍ଦେ୤|
ବାନ୍ଧିଥା ଯୋଗାଡ଼ି ଆଗପଛ କରି ବହିଥାଅ ନିଜ କାନ୍ଧେ ୥||୩୥

ସମ୍ପତ୍ତି ବିପତ୍ତି ମୁକତି ଦୁର୍ଗତି ଭିଆଣ କରିଛ ଯୋଡ଼ି୤|
ପାପ ଦୁଃଖଭାର କେ ତୁମ୍ଭ ବହିବ ପାଦତଳେ ଥାଉ ପଡ଼ି ୥||୪୥

ବିଜେ କରିଅଛ କିମ୍ପା ନବୁଝୁଛ ପଳାଇ ପଶିବି କାହିଁ୤|
ଅରଜି ପାପଭାରା କରିବି ପସରା ପାଦତଳେ ଦେବି ଥୋଇ ୥||୫୥

ଶରଣ ବାଞ୍ଛିତ କାନ୍ଦି କାନ୍ଦି ଭକ୍ତ ଗଡ଼ିଗଲେଣି ସକଳ୤|
ଦୋଷ ଅପରାଧ କ୍ଷମା କରି ଗୁରୁ ଜାଗ୍ରତରେ ପ୍ରତିପାଳ ୥||୬୥

ପ୍ରାଣୀଙ୍କ ଆରତ ଦୁଃଖ ଅପ୍ରମିତ ଦେଖୁଦେଖୁ କେବା ସହୁ୤|
ମୋ ଜୀବନ ପଛେ ନର୍କେ ପଡ଼ିଥାଉ ଜଗତ ଉଦ୍ଧାର ହେଉ ୥||୭୥

ଜଣାଉଛି ମୁଁ ଯେ ଭକ୍ତି ଭାବରଞ୍ଜେ ଆହେ ଅଣିମା ଅନନ୍ତ୤|
ତିନି ବ୍ରହ୍ମାଣ୍ଡରେ ଯେତେ ଜୀବଛନ୍ତି ସମସ୍ତେ ତୁମ୍ଭ ଭଗତ ୥||୮୥

ନବଲକ୍ଷ ତାରା ସୁରାଟ ବିରାଟ ଧ୍ରୁବଲୋକ ଆଦି ଯେତେ୤|
ସମସ୍ତେ ତୁମ୍ଭ ପାଦତଳେ ଆଶ୍ରିତ ଠୁଳ ଶୂନ୍ୟ ପରିଯନ୍ତେ ୥||୯୥

ଠୁଳ ଶୂନ୍ୟଠାରୁ ତହିଁ ଉପରକୁ ଦେଖିଲଇଁ ନାହିଁ କିଛି୤|
ଅବିକାର ବ୍ରହ୍ମ ଅନାମ ଅରୂପ ସିନ୍ଧୁ ପ୍ରାୟ ପୂରିଅଛି ୥||୧୦୥

କିବା ଦୁଷ୍ଟ ସନ୍ଥ ସେବକ ସାମନ୍ତ କୀଟ ପତଙ୍ଗରେ ପୂରି୤|
ତୁମ୍ଭେ ପୂରିଅଛ କାହିଁ ଊଣା ନାହିଁ ସର୍ବଘଟେ ସମସରି ୥||୧୧୥

ମେଦିନୀ ପାଷାଣ କାଠ ତରୁ ତୃଣ ନିର୍ଜୀବରେ ଯେହୁ ଗଚ୍ଛି୤|
ମୁଁ ଯେ ଜାଣୁଅଛି ମନର ଭିତରେ ଶବ୍ଦବ୍ରହ୍ମ ହେଲେ ଅଛି ୥||୧୨୥

ମୁଁ ଯେ ମୂର୍ଖ କବି ଭେଦ ମାର୍ଗେ ଜଗି ତୁମ୍ଭ କରୁଣା ମାତର୤|
ସମାନରେ ଦେଖି ସତ୍ୟ ଧର୍ମ ସାକ୍ଷୀ କରି ନପାରେ ଅନ୍ତର ୥||୧୩୥

ତ୍ରିପୁର ଜଗତେ ଜୀବଛନ୍ତି ଯେତେ ଅଛି ନାମ କଳା ଚିହ୍ନ୤|
ସମସ୍ତେ ସଙ୍ଖୁଳି ଏକ ଆତ୍ମା ବୋଲି ନକରି ହୋ ଆନ ଭିନ୍ନ ୥||୧୪୥

କାଠର ଭିତରେ ସୁଢ଼ଳ ଧାତୁରେ ଜଳ ପୂରିଥାଇ ଯେତେ୤|
ପ୍ରାଣୀଙ୍କ ଅଙ୍ଗରେ ଜୀବକର୍ମ ରୂପ ଫୁଟି ଦିଶୁଥାଇ ସତେ ୥||୧୫୥

ଦୋଷକୃତ ହାନି ଲାଭ ଧରା ମରା ଗାଳି ଦ୍ବନ୍ଦ୍ବ ହୁଅନ୍ତି ଯହିଁ୤|
ରୁମ ଚର୍ମ ଭେଦି କାଟେ ଜୀବନକୁ କାତର ମୁଁ ହେଉଥାଇ ୥||୧୬୥

ଅଗ୍ନି ଚୁଲା ପରେ ତାରଣ ଭାଣ୍ଡରେ ଯେସନେ ଫୁଟଇ ଅନ୍ନ୤|
ତେସନ ପରାଏ ହୃଦେ ଡେଉଁଥାଇ ପଞ୍ଚଭୂତ ଆଜ୍ଞାମାନ ୥||୧୭୥

ଏକ ଖଣ୍ଡ ହାଡ଼ ବୁନ୍ଦାଏ ରୁଧିର ଫୁଟେ ମାଉଁସ ଜାଣଇ୤|
ତେଣୁକରି ସିନା ପ୍ରାଣୀଙ୍କ ବିକଳ ସହି ନ ପାରିବି ମୁହିଁ ୥||୧୮୥

ଏକା ଖଡ଼ଗରେ ଦଶ ପାଞ୍ଚ ମୁଣ୍ଡ ଛିଡ଼ଇ ଭାରତ ଯୁଦ୍ଧେ୤|
ଆରେକ ଅଙ୍ଗକୁ ପାଦେ ପ୍ରହାରିଲେ ଏ ଅଙ୍ଗକୁ ମୋର ବାଧେ ୥||୧୯୥

ଆତ୍ମା ଭଗତିରେ ଦୋଷାଦୋଷ ହେଲେ ବଜ୍ର ପଡୁ ମୋ ମୁଣ୍ଡକୁ |
କହେ ଭୀମ ଭୋଇ ବ୍ରହ୍ମଶାପ ଦେଇ ଜାଳି ଦିଅ ମୋ ପିଣ୍ଡକୁ ୥||୨୦୥

–ଭୀମ ଭୋଇ

କବିତା ମାଧ୍ୟମରେ ଭୀମଭୋଇଙ୍କ ମାନବବାଦୀ ବିଚାର ତାଙ୍କୁ ଚୀର ଦିନ ଲାଗି ଅମର କରି ରଖିବ ।

“Let my soul be condemned to hell But let the universe be redeemed”

ଏହି ଆତ୍ମସ୍ପର୍ଶୀ ବାଣୀ ମାନବବାଦର ବାର୍ତ୍ତା ବହନକରି ଭାରତର ସମ୍ବିଧାନ କୋଠରୀ ସ୍ଥାନିତ ହୋଇ ଗୌରବ ମଣ୍ଡନ କରୁଛି ।

Author NISTHA RANJAN DASH
A writer by day and a reader by night. My love for Odia language and culture is immense. I love to read a lot and share with others. The topics that I love exploring are tradition, science, technology and photography focussing on future. I am also freelance Odia reporter and blogger. My articles can be read anywhere anytime in Facebook, Twitter and Google through this hashtag #OdiaPostAt11. You can reach me at [email protected]
I will be happy to interact with u through odisha’s leading media website bhubaneswar buzz. thank you. Happy reading…

 

Comments

comments