Bhubaneswar Buzz

#OdiaPost ୧୧ ବର୍ଷର ସାହସୀ ବାଳକ ମୋହନ

Mohan sethy bravery narendra modi

କଟକ ଜିଲ୍ଲା ଟାଙ୍ଗୀବ୍ଲକର ଆଡ଼ମ୍ବପୁର ଗ୍ରାମର କ୍ଷୀରୋଦ ଚନ୍ଦ୍ର ସେଠୀଙ୍କ ପୁତ୍ର ମୋହନ ସେଠୀ । ସେ ୨୦୧୫ ମସିହା ଜୁନ ୨୮ ତାରିଖରେ ଅବିଶ୍ଵାସନୀୟ ସାହାସିକତା ପ୍ରଦର୍ଶନ କରି ଗେଙ୍ଗୁଟି ନଦୀର ପ୍ରଖର ସୁଅରୁ ନିଜ ସାଙ୍ଗଙ୍କୁ ରକ୍ଷା କରିଥିଲେ । ସେଦିନ ସକାଳେ ଜଳୌକା ସଚ୍ଚିଦାନନ୍ଦ ଉପ୍ରା ବିଦ୍ୟାଳୟର ସପ୍ତମ ଶ୍ରେଣୀ ଛାତ୍ର ମୋହନ, ସବ୍ୟସାଚୀ ଓ ଅନ୍ୟ ଦୁଇଜଣ ସାଙ୍ଗଙ୍କ ସହ ଗେଙ୍ଗୁଟି ନଦୀକୁ ଗାଧୋଇବା ପାଇଁ ଯାଇଥିଲେ । ଗାଧୋଇବା ସମୟରେ ପ୍ରଖର ସ୍ରୋତରେ ସବ୍ୟସାଚୀ ଭାସିଯିବାକୁ ଲାଗିଲେ । ଧର୍ଯ୍ୟ ନହରାଇ ମୋହନ ଏକ ଗାମୁଛା ସବ୍ୟସାଚୀଙ୍କ ଆଡ଼କୁ ଫିଙ୍ଗିଥିଲେ । କିନ୍ତୁ ଗାମୁଛାଟି ନଈ ପାଣିରେ ଭାସିଯାଇଥିଲା । ତତ୍କ୍ଷଣାତ ମୋହନ ନଦୀକୂଳରେ ପଡ଼ିଥିବା ଏକ ଜିଆଇ ତାରକୁ ସବ୍ୟସାଚୀଙ୍କ ଆଡ଼କୁ ଫିଙ୍ଗିଥିଲେ । ସବ୍ୟସାଚୀ ତାକୁ ଧରି ଟାଣିହୋଇ କୂଳରେ ପହଞ୍ଚିଥିଲେ । ମୋହନଙ୍କ ଉପସ୍ଥିତ ବୁଦ୍ଧି ଓ ସାହସ ଲାଗି ସବ୍ୟସାଚୀଙ୍କ ପ୍ରାଣରକ୍ଷା ହୋଇପାରିଥିଲା ।

ଏଇ ୧୧ ବର୍ଷର ସାହସୀ ବାଳକ ମୋହନ ୨୦୧୭ ଜାନୁଆରୀ ୨୩ ରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କଠାରୁ ଶିଶୁ ସାହାସିକତା ପୁରସ୍କାର ପାଇଛନ୍ତି । ଖାଲି ଏତିକି ନୁହେଁ ପ୍ରଧାନମନ୍ତ୍ରୀ ଏକ ଟୁଇଟରେ ତାଙ୍କ ନାଁ ଉଲ୍ଲେଖ କରି ତାଙ୍କ ସାହସିକତାକୁ ପ୍ରଶଂସା କରିଛନ୍ତି । ତାଙ୍କୁ ମାନପତ୍ର, ପଦକ ଓ କିଛି ପୁରସ୍କାର ରାଶି ପ୍ରଦାନ କରି ସମ୍ମାନିତ କରିଛନ୍ତି । ଏବେଠୁ ତାଙ୍କର ପଢ଼ିବା ଖର୍ଚ୍ଚ ସରକାର ବହନ କରିବେ । ଏଥର ଗଣତନ୍ତ୍ର ଦିବସ ପରେଡ଼ ଦେଖିବାକୁ ମଧ୍ୟ ତାଙ୍କୁ ନିମନ୍ତ୍ରଣ କରାଯାଇଛି ।

 

———————————————————————————————————————–

nistha ranjan dashBy
Nistha Ranjan Dash
@DashNistha on twitter
Find more like this. Search using : #OdiaPost

Comments

comments