Bhubaneswar Buzz

ଅନୁତାପ : A nice Odia short story by Sanjay Kumar Biswal

anutapa odia short story bhubaneswar buzz

ବିଳମ୍ବିତ ରାତି । ସମୟ ପ୍ରାୟ ୧୨ ତା ହେବ । ଡାକ୍ତରଖାନା ରେ ଥାଏ ମୁ ମୋର ଗୋଟେ ସାଙ୍ଗ ସହ ।
ସବୁ ଆଡେ ଥାଏ ଗଭୀର ନୀରବତା । କିଛି ଅସ୍ପଷ୍ଟଶବ୍ଦ ଶୁଭିବାରୁ ବୁଲିକି ଦେଖିଲି ।
ରକ୍ତ ରେ ଭିଜା ଥାଏ ଜଣଙ୍କ ଶରୀର । ତାକୁ ଚାହୁଁଚାହୁଁ କୋହରେ ଭିଜିଗଲି ମୁ ଗୋଟାପଣେ ।
ଲୋକ ମାନେ ତା ଚାରି ପାଖରେ ଥିବାରୁ, ମୁହଁ କୁ ଦେଖି ପାରୁ ନଥଏ ମୁ । ନ ଜାଣି ଥିଲେ ବି ତାକୁ ,
ଠାକୁରଙ୍କୁ ତା ଜୀବନପାଇଁ ମିନତି କରି ପକେଇଲି । ତା ରକ୍ତାକ୍ତଦେହକୁ ଦେଖିକି ସବୁ ଯେମିତି ମୂଲ୍ୟ ହୀନ
ମାନେ ହେଉ ଥାଏ । ହସ୍ପିଟାଲ୍ ବେଡ୍ ରେ ନେଇଗଲେ ତାକୁ ଅପରେସନ ଥଏଟର କୁ।

ସମୟ – କିଛି ଘଣ୍ଟା ପୂର୍ବରୁ … (ରବିବାର ସନ୍ଧ୍ୟା ୫ ଟା)

ନୂଆ ଇଂରାଜୀ ଚଳଚିତ୍ର ରିଲିଜ ହେଇ ଥାଏ ବୋଲି ସବୁ ସାଙ୍ଗ ମିଶି ଚଳଚିତ୍ର ଦେଖି ଯିବାକୁ ନିଷ୍ପତି ନେଲୁ ।
ଘରେ ଫୋନ କରି କହି ଦେଲି ଘରକୁ ଆସିବାରେ ଡେରି ହେବ । ଚଳଚିତ୍ର ସରୁ ସରୁ ରାତି ପ୍ରାୟ ୯ଟା
ହେଇ ଯାଇ ଥାଏ । ମୋବାଇଲ ଦେଖିଲା ବେଳ କୁ, ମା ର ୮ ଟି ମିଃସ୍ଡ କଲ  ଥାଏ । କାଳେ କିଛି
ଅଘଟଣ ଘଟିଛି ସେ ଭୟ ରେ ମନ ବ୍ୟାକୁଳ ହେବାକୁ ଲାଗିଲା । ସାଙ୍ଗେ ସାଙ୍ଗେ ମା କୁ ଫୋନ କଲି ।
ମା ର ସ୍ୱର ଥିଲା କ୍ଷୀଣ ,ଜାଣିବାକୁ ପାଇଲି କି ବାପା ମା ସବୁ ଡାକ୍ତରଖାନା ଯାଉଛନ୍ତି  ମୋ ସାନ ଭଉଣୀ
କୁ ନେଇକି । ବାଥରୁମ ରୁ ଖସି ମୁଣ୍ଡ ଫାଟି ଯାଇ ଥାଏ ତାର । କାର ନେଇ ଗୋଟେ ସାଙ୍ଗ ସହ ବାହାରି
ଗଲି ଡାକ୍ତରଖାନା ଅଭିମୁଖେ ।

ପ୍ରାୟ ୧୧ ଟା ସମୟ ରେ ଯାଇକି ପହଂଚିଲି ଡାକ୍ତରଖାନା ରେ । ମା ମତେ ଦେଖି ଛୋଟ ପିଲାଙ୍କ ପରି
କାନ୍ଦି ବାକୁ ଲାଗିଲା । ବାପା ମଧ୍ୟ୍ୟ ଭାଙ୍ଗି ପଡୁ ଥାନ୍ତି ଅସହାୟତାରେ । ମୁ ଦୂହିଁ ଙ୍କୁ ସାନ୍ତ୍ୱନା ଦେଇ ଡାକ୍ତର
ଙ୍କ ପାଖ କୁ ଚାଲି ଗଲି ଭଉଣୀ ବିଷୟରେ ପଚାରିବାକୁ । ତା’ ଦେହରେ ସାଲାଇନ୍ ଲାଗି ଥାଏ ।
ଚେତନା ନଥାଏ ସେତେବେଳେ ମୋ ଭଉଣୀ ର । ଡରିବାର କିଛି ନାହିଁ ,ଚେତନା ଆସିଲେ ଆପଣ ତାକୁ
ଘରକୁ ନେଇଯିବେ କହିଲେ ଡାକ୍ତର । ଟିକିଏ କ୍ଳାନ୍ତ ଅନୁଭବ କରୁ ଥିବାରୁ ସାଙ୍ଗ ସହ ଯାଇକି ବସି ଗଲି
ଗୋଟେ ଚେୟାର ଉପରେ । ଠିକ ସେଇ ସମୟ ରେ ଗୋଟେ ଏମ୍ରଜେନସି କେସ ଆସିକି ପହଁଚିଲା
ଡାକ୍ତରଖାନା ରେ । ଭଉଣୀ ର ଚେତା ଆସିଲା ପରେ , ତାକୁ ନେଇକି ଅସିଗଲୁ ଘରକୁ ।

ସମୟ – ୨ ଦିନ ପରେ …. (ମଙ୍ଗଳବାର ଦିନ ୧୧ ଟା )….

ଫେସବୂକ ରେ କଥା ହଉଥାଏ ଗୋଟେ ସାଙ୍ଗ ସହ , ହଟାତ ନଜର ପଡିଲା ଗୋଟେ ସାଙ୍ଗ ସେଆର କରିଥିବା
ପୋଷ୍ଟ (ମୃତ୍ୟୁ ପୂର୍ବରୁ ଗୋଟେ ଯୁବକ ନିଜ ଶରୀର ର ଅଙ୍ଗ ଦାନ କରିଛି ) ଉପରେ। ଡାକ୍ତରଖାନା ରେ ଯେଉଁ
ରକ୍ତ ରେ ଭିଜା ଶରୀର ଦେଖି ଥିଲି ସେ ଥିଲା ଏଇ ଯୁବକ । ମନଟା ମରିଗଲା ପରି ଲାଗୁ ଥିଲେ ବି ,ଭାରି
ଇଛା ହଉ ଥିଲା ଜାଣି ବାକୁ ସେ ଯୁବକ ବିଷୟ ରେ । ଯୁବକ ଟିର ନା ରୁ ଫେସବୂକ ରେ ଖୋଜିବାକୁ ଲାଗିଲି ।

ତାହା ପରେ ଯାହା ଦେଖିଲି , ମୋ ଆଖି କୁ ବିଶ୍ୱାସ ହେଉ ନଥିଲା । ବିଧିର ଏ ବିଧାନ ଏତେ ନିର୍ମମ ହେଇ ପରେ ,
କେବେ କଳ୍ପନା ଭି କରି ନଥିଲି । ନିଃଶବ୍ଦ ଧରା ଆଉ ଏ ବିରାଟ ଆକାଶ ମେଳରେ, ମୁ ମୋ ନିଜକୁ ଗୋଟେ ନିମ୍ନ
ଜୁଳୁଜୁଳିଆ ପୋକ ପରି ମାନେ କରୁ ଥାଏ , ଯିଏ ଏଣେତେଣେ ଘୁରି ବୁଲିକି ବି କେବେ କାହା ଜୀବନ ର
ଅନ୍ଧକାର କୁ ଦୂର କରି ପାରେନା ।

ସମୟ – ୨ ଦିନ ପୂର୍ବ ରୁ – (ରବିବାର ରାତି ୧୦.୩୦ )

ଲାଗୁ ଥାଏ ରାତି ର ବୟସ ବଢି ଯାଇ ଥାଏ । ରାସ୍ତା ଟି ଥାଏ ଶୂନ୍‌ଶାନ , କାଁ ଭାଁ ଲୋକ ବି  ଦିସୁ ନଥାନ୍ତି ।
କାର ରେ ମୁ ମୋ ସାଙ୍ଗ ଡାକ୍ତରଖାନା ଯାଉ ଥାଉ । ମୋ ସାଙ୍ଗ କୁ ପରିସ୍ରା ଲାଗିବାରୁ କିଛି ସମୟ ପାଇଁ
କାର କୁ ରୋକି ବାକୁ ପଡିଲା । ସେ ଆସିଲା ପରେ , ହଟାତ ଜଣେ ମୋ କାର ର ଝରକା ପିଟିବା ର
ଦେଖିଲି । କାକୁତି ମିନତି କରି କିଛି କହିବାକୁ ଚାହୁଁଥିଲା ପରି ଲାଗୁ ଥାଏ ସେ । ମନରେ ଥାଏ ଅନେକ ଆଶଙ୍କା
ଏବଂ କାଳେ କୌଣସି ଷଡଯନ୍ତ୍ର ର ଶିକାର ହେଇଯିବି ସେ ଭୟ ରେ ମୁ ଅଦେଖା କରି ଚାଲି ଯାଇ ଥିଲି ସେଠୁ ।

ସମୟ – ବର୍ତମାନ (ମଙ୍ଗଳବାର ଦିନ ୧୧.୧୫ )…

ଭାଗ୍ୟ ର କି ଖେଳ, ଲାଗୁଚି ଯେମିତି ମରିଚୀକା ରେ ଠିଆ ହେଇଚି ମୁ  !ଗୋଟେ ପଟେ ମରଣ ମୁଖରେ
ଛାଡ଼ି ,ଅନ୍ୟ ପଟେ ଠାକୁରଙ୍କୁ ତା ଜୀବନପାଇଁ ମିନତି କରି ଥିଲି ।ମୁ ଶିକ୍ଷିତ , କରୁଣା ହିଁ ପ୍ରକୁତ ଧର୍ମ ଜଣା
ମତେ, ହେଲେ କି ଲାଭ ! ସେ ମରିବା ପୂର୍ବ ରୁ ଦାନ କରି ନିଜ ଶରୀର ଅଙ୍ଗ କୁ ଧର୍ମ କରି କି ଗଲା । ନିଜକୁ କ୍ଷମା କରି ପାରିବା ଥିଲା ଅସମ୍ଭବ ମୋ ପକ୍ଷେ , ବୋଧେ  ଅନିର୍ଦ୍ଧିଷ୍ଟ
କାଳଯାଏଁ  ଏବେ ପଶ୍ଚାତାପ ର ନିଆଁ ରେ ଜଳୁ ଥିବି ଆଉ କରୁଥିବି ଅନୁତାପ  ।

Comments

comments